STORYMIRROR

Arati Sahoo

Classics

2  

Arati Sahoo

Classics

ଛିଙ୍କ କରେ କଲବଲ

ଛିଙ୍କ କରେ କଲବଲ

1 min
164

ଛିଙ୍କ କଲା କଲବଲ 


ବଡି଼ ସକାଳରୁ ଗାଧେଇ ପାଧେଇ 

ଦାଣ୍ଡରେ ମୁଁ ଠିଆ ହେଲି

ସ୍ଵାମୀ ମୋର ଗଲେ ଗାଡ଼ି ଡାକିବାକୁ

 ଦେଉଳକୁ ଯିବା ବୋଲି

ରେକସା ସହିତେ ଆସି ମୋର ସ୍ଵାମୀ 

ଗେହ୍ଲାରେ ମୋତେ ଡାକିଲେ

କେଡ଼େ ସରାଗରେ ଜୁଇ ମାଳଟିଏ 

ଖୋସାରେ ଲମ୍ବେଇ ଦେଲେ

ମନକଥା ଖୋଲି କହିପାରିଲିନି 

ଏଲର୍ଜି ମୋ ଜୁଇଫୁଲ

ଜୁଇଫୁଲ ବାସ୍ନା ନାକରେ ବାଜିଲେ 

ଛିଙ୍କ କରେ କଲବଲ

ମନକଥା ମୋର ମନରେ ରହିଲା 

ନବ ବିବାହିତା ବୋଲି

ନାକକୁ ଓଢ଼ଣା କାନିରେ ଢାଙ୍କିଲି 

ଛିଙ୍କକୁ ଜବତ କଲି

ଦେଉଳ ଭିତରେ ସାଙ୍ଗ ସାଥି ମେଳେ

ଖୁସି ଆଳାପରେ ମାତି

ଜୁଇଫୁଲ କଥା ଭୂଲି ଯାଇଥିଲି 

ସ୍ନେହ ଶ୍ରଦ୍ଧା ତାଙ୍କ ଦେଖି

ନଣନ୍ଦ ଲେଖାର ମୁଖରା ଝିଅଟେ

ଓଢ଼ଣା ମୋ ଟାଣିଦେଲା

ଜୁଇମାଳ ଆସି ନାକରେ ବାଜିଲା 

ସଲସଲ ନାକ ହେଲା

କାବୁ ଆଉ ମୋଟେ କରି ପାରିଲିନି 

ଛିଙ୍କରେ ବେଦମ ହେଲି

ଛିଙ୍କ ପରେ ଛିଙ୍କ ଆସି ଦେଲେ ଡାକ

କାଶଭାଇ ଆସ ବୋଲି

କାଶଭାଇ ସହ ଛିଙ୍କ ଭଉଣୀର 

ମେଳି ହୁରି ଦେଲା ଛାଡ଼ି

ଆତଙ୍କ ଓ ଭୟ ଗ୍ରାସିଲା ସଭିଙ୍କୁ

ଛାଡ଼ିଲେ କରୋନା ରଡି଼

ଚାହୁଁ ଚାହୁଁ ମୋତେ ଛାଡ଼ି ଛୁଡି଼ ଦେଇ 

ସମସ୍ତେ ଦେଲେ ଚମ୍ପଟ

କରୋନା କରୋନା ବୋବାଳି ଛାଡ଼ିଲେ

ସ୍ଵାମୀ ହେଲେ କଟକଟ

କରୋନା କୋକୁଆ ଭୟରେ ସଭିଏଁ

ଦେଉଳୁ ବାହାରି ଗଲେ

ଦେଖୁ ଦେଖୁ ଆସି ପଦା ହୋଇଗଲା 

ଦେଉଳ ପ୍ରାଙ୍ଗଣ ହେଳେ

ଏଲର୍ଜିରେ ମୁହିଁ ଆକ୍ରାନ୍ତ ହୋଇଲି

ନାଲି ପଡ଼ି ଗଲା ମୁହଁ

ପାଟିରୁ ବଚନ ବାହାରିଲା ନାହିଁ

କାନ ହେଲା ଭଁ ଭଁ

ଆକଚା ହୋଇଣ ବସି ପଡ଼ିଲି ମୁଁ

ସାହାରା ତ କେହି ନାହିଁ

ହାତଧରି ଯାର ବିଭା ହୋଇଥିଲି 

କାନ୍ଦନ୍ତି ସେ କଇଁ କଇଁ

ପାଣି ଟିକେ ପାଇଁ ଠାରରେ କହିଲି 

ଜୁଇମାଳ ଫିଙ୍ଗିଦେଲି

ପ୍ରକୃତିସ୍ଥା ହୋଇ ସ୍ଵାମୀଙ୍କୁ କହିଲି

ଜୁଇଫୁଲ ତ ଅସଲି

ମଲ୍ଲି ମାଳ ଆଣି ଦେବ ନାଗର ହେ

ବେଶ ହେବି ତୁମ ପାଇଁ

ଜୁଇମାଳ ମୋର ଛିଙ୍କର କାରଣ

ସେ ବେଶ ହୋଇବି ନାହିଁ

ଶୁଣ ସାଧୁଜନେ ଭୟଭୀତ ହୋଇ

କରନା ଏପରି କାଣ୍ଡ

ସବୁ କାଶଛିଙ୍କ କରୋନା ଭାବିଲେ

କାମ ହୋଇଯିବ ପଣ୍ଡ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics