ଉଡ଼ନ୍ତା ପ୍ରଦୀପ
ଉଡ଼ନ୍ତା ପ୍ରଦୀପ
ସୂର୍ଯ୍ୟର ପ୍ରଖରତା ଯେବେ ପଶ୍ଚିମ ଦିଗନ୍ତେ ଢ଼ଳେ
ନୀଡ଼ ଫେରନ୍ତା ଚଢ଼େଇଙ୍କ ଚିଇଁ ଚିଇଁ ରାବର ମେଳେ
ସମୟ ପ୍ରତୀକ୍ଷାର ପୂର୍ଣ୍ଣ ଅନ୍ତରାଳେ
ସନ୍ଧ୍ୟା ଯେବେ ଆସି ଧରଣୀକୁ ମିଳେ
ହରିତ ରଙ୍ଗର କଣିକାଟି ମିଞ୍ଜି ମିଞ୍ଜି ଜଳେ
ହରିତ ରଙ୍ଗର ଆଲୁଅକୁ କରି ବିଛୁରଣ
ପ୍ରତିମିତ,
ତେଜିଆନ କେଉଁ ଏକ ନୂତନ ଜାଗରଣ
ଅନ୍ଧାର ବିରୋଧରେ ଲଡ଼ିବା ସତେ କି ତା'ର ପଣ
ସୁପ୍ତ ମାନବ ପ୍ରାଣେ ପ୍ରାଣେ କରଇ ସେ
ନବ୍ୟ ଆଭାର ସମ୍ବାଦ ପ୍ରେରଣ
ପ୍ରତିମିତ,
ତେଜିଆନ କେଉଁ ଏକ ନୂତନ ଜାଗରଣ
ଉଡ଼ି ଉଡ଼ି ପ୍ରଚାରଇ ଶ୍ରମର ଗାଥା
ଛୋଟ ସୃଷ୍ଟିରେ ଅନ୍ତର୍ନିହିତ ବୃହତର ବାର୍ତ୍ତା
ଶ୍ମଶାନ-ଜନପଦ-ଉନ୍ମୁକ୍ତ ଆକାଶ କିମ୍ବା ନିଝୁମ ଶୂନ୍ୟତା
ନିରନ୍ତରେ ପ୍ରେରିତ କରଇ ସେ ପ୍ରରିଶ୍ରମର ଗାଥା
କେତେ ଯେ ହୁଅଇ ସେ ଉଳକ୍କା ସମ ଭୂ-ପତିତ
ଉଠି ପୁଣି ଉଡ଼ିବାକୁ ଚେଷ୍ଟା ତା'ର ଅନବରତ
କିଏ କହେ ସିଏ କ୍ଷୁଦ୍ର ଖଦ୍ୟୋତ ତ ପୁଣି
କିଏ କହେ ତାକୁ ସେ 'ଉଡ଼ନ୍ତା ପ୍ରଦୀପ'
