STORYMIRROR

Kali Kumar

Classics

3  

Kali Kumar

Classics

ଉଡ଼ନ୍ତା ପ୍ରଦୀପ

ଉଡ଼ନ୍ତା ପ୍ରଦୀପ

1 min
369

ସୂର୍ଯ୍ୟର ପ୍ରଖରତା ଯେବେ ପଶ୍ଚିମ ଦିଗନ୍ତେ ଢ଼ଳେ

ନୀଡ଼ ଫେରନ୍ତା ଚଢ଼େଇଙ୍କ ଚିଇଁ ଚିଇଁ ରାବର ମେଳେ

ସମୟ ପ୍ରତୀକ୍ଷାର ପୂର୍ଣ୍ଣ ଅନ୍ତରାଳେ

ସନ୍ଧ୍ୟା ଯେବେ ଆସି ଧରଣୀକୁ ମିଳେ

ହରିତ ରଙ୍ଗର କଣିକାଟି ମିଞ୍ଜି ମିଞ୍ଜି ଜଳେ


ହରିତ ରଙ୍ଗର ଆଲୁଅକୁ କରି ବିଛୁରଣ

ପ୍ରତିମିତ,

ତେଜିଆନ କେଉଁ ଏକ ନୂତନ ଜାଗରଣ

ଅନ୍ଧାର ବିରୋଧରେ ଲଡ଼ିବା ସତେ କି ତା'ର ପଣ

ସୁପ୍ତ ମାନବ ପ୍ରାଣେ ପ୍ରାଣେ କରଇ ସେ 

ନବ୍ୟ ଆଭାର ସମ୍ବାଦ ପ୍ରେରଣ

ପ୍ରତିମିତ,

ତେଜିଆନ କେଉଁ ଏକ ନୂତନ ଜାଗରଣ


ଉଡ଼ି ଉଡ଼ି ପ୍ରଚାରଇ ଶ୍ରମର ଗାଥା

ଛୋଟ ସୃଷ୍ଟିରେ ଅନ୍ତର୍ନିହିତ ବୃହତର ବାର୍ତ୍ତା 

ଶ୍ମଶାନ-ଜନପଦ-ଉନ୍ମୁକ୍ତ ଆକାଶ କିମ୍ବା ନିଝୁମ ଶୂନ୍ୟତା

ନିରନ୍ତରେ ପ୍ରେରିତ କରଇ ସେ ପ୍ରରିଶ୍ରମର ଗାଥା


କେତେ ଯେ ହୁଅଇ ସେ ଉଳକ୍କା ସମ ଭୂ-ପତିତ

ଉଠି ପୁଣି ଉଡ଼ିବାକୁ ଚେଷ୍ଟା ତା'ର ଅନବରତ

କିଏ କହେ ସିଏ କ୍ଷୁଦ୍ର ଖଦ୍ୟୋତ ତ ପୁଣି

କିଏ କହେ ତାକୁ ସେ 'ଉଡ଼ନ୍ତା ପ୍ରଦୀପ'



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics