STORYMIRROR

TAPASWINI BEHERA

Classics

3  

TAPASWINI BEHERA

Classics

ହେ ବନ୍ଧୁ

ହେ ବନ୍ଧୁ

1 min
368

ଆୟୁଷର ଗାର ଟାଣି ଦେଇ

ଯଦି ଯାଏ କେବେ ବହୁଦୂର ଚାଲି,

ବନ୍ଧୁ ମୋର ମନୁ ତୁମ କେବେ

ମଲା କହି ଯିବ ନାହିଁ ଭୁଲି

ଅନ୍ତର୍ମନ ନିଶ୍ଚୟ କହିବ

କାନ ଡେରି ଟିକେ ଶୁଣି ନେବ,

ହୃଦୟର ନିଭୃତ କୋଣରେ

ଛୋଟ ଗୋଟେ ଜାଗା ରଖିଥିବ

ଜାଣିଛି ମୁଁ ସଂସାର ଯୋଗରେ

ମାୟା ନିଶ୍ଚେ ବ୍ୟସ୍ତ କରୁଥିବ,

ତଥାପି ଏ ଅଧମ ପାଇଁକି

ମୁହୂର୍ତ୍ତରୁ ମୁହୂର୍ତ୍ତଟେ ମାଗି ଆଣିଥିବ

ଅଜାଣତେ ଅନେକ ଯନ୍ତ୍ରଣା

ଦେଇଥିବି କଥାରେ କଥାରେ,

ଏ ବନ୍ଧୁତ୍ୱ ଦିବସେ ହେ ବନ୍ଧୁ

କ୍ଷମା ଦେବ ବନ୍ଧୁ ଭାବି ଥରେ

ଚଲାବାଟ ମୋର କଣ୍ଟକିତ

ହେଉ ତୁମ ବାଟ କୁସୁମିତ,

ତୁମ ଓଠୁ ଝରୁଥାଉ ନିତି

ଝର ଝର ଆନନ୍ଦ ଅମୃତ

ମାଗୁନାହିଁ ତୁମ ଧନ ଜନ

ଅବା ତୁମ ସୁଖ କି ସମୃଦ୍ଧି,

ଅନୁରୋଧ କରି ମାଗୁଅଛି

ଏ ସମ୍ପର୍କ ରଖିବାକୁ ବାନ୍ଧି

ଅଞ୍ଜଳିରେ ଅର୍ଘ୍ୟଥାଳ ଭରି

ଜଗନ୍ନାଥ ପାଖେ ମୋ ବିନୟ,

ଆମ ଏଇ ସମ୍ପର୍କ ସେତୁକୁ

କେଉଁ ଝଡ଼ ନ କରୁ ବିଲୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics