STORYMIRROR

TAPASWINI BEHERA

Others

3  

TAPASWINI BEHERA

Others

ମୋ ଗାଆଁରେ ସକାଳ

ମୋ ଗାଆଁରେ ସକାଳ

1 min
266


ଅନନ୍ତ ଆକାଶର ଛାତିରେ 

 ଯେବେ ଯେବେ ସୂର୍ଯ୍ୟ ଟାଣେ

ରଙ୍ଗୀନ କାନ୍ ଭାସର ପର୍ଦ୍ଦା,

ମୋ ଗାଁରେ ସକାଳଟା ବାକ୍ ଶକ୍ତି ପାଏ

ବାଜି ଉଠେ ଶଙ୍ଖ ଧ୍ଵନି,ଓଁକାର ବି କଥା କହେ..

ଧାଏଁ ଯେବେ ଚାଷୀ ଭାଇ ମହା ଆନନ୍ଦରେ

କେବେ କେବେ ଦେଖିବାକୁ 

ସ୍ୱର୍ଣ୍ଣିମ କ୍ଷେତର କାନି ଝଡା ଚଗଲାମି,

ପୁଣି କେବେ କେବେ ଦେଖେ

ପଖାଳ ଆଉ କଞ୍ଚାଲଙ୍କାର କଂସାରେ

କଷି ଆମ୍ବର ପାଗଳାମି...

କେବେ ପୁଣି ସକାଳଟା ଚଳଚଞ୍ଚଳ

 ହଳିଆ ଭାଇର ହୁଡ ହୁଡ ସ୍ୱର

ସାଥେ ବଳଦଙ୍କ ସମ୍ମିଳିତ ରଡି,

ଗାଈଆଳ ଟୋକା କହେ

ଆ,ହୁର୍ ହୁର୍,ଗାଈ ଗଲେ କହି,

ହାତରେ ଛତା,ବତା,ଅଣ୍ଟାରେ 

ମୋକତରା ଗାମୁଛାକୁ ଭିଡି....

ଗାଧୁଆ ତୁଠର ହସ,ହଳଦୀ ମୁଖୀର ବେଶ

ଚହଲା ପାଣିରେ ଦେଖେ ମୁହଁ ସେ ରମଣୀ

ପାଣି କାଚ,ଶଙ୍ଖା ଆଉ ପାଉଁଜି ଝଙ୍କାରେ

ଗାଧୁଆ ତୁଠରୁ ଫେରେ ଓଢଣାକୁ ଟାଣି...

ମୋ ଗାଁରେ ସକାଳଟା ଏମିତି ବି ହୁଏ,

ଦିଗବଳୟ ଛୁଇଁ ଯେବେ ଆସଇ ସୁରୁଜ,

ଗାଁ ବିଲ,ତାଳ ଗଛ ତୁନି ହେଇ କହେ

ଆସିଲାଣି ରଜା ପୁଅ ଖେଳିବ ମଉଜ...

ପାହାଡ଼ି ଝରଣାର କୁଳୁକୁଳୁ ତାନ

ଫୁଲେଇ ପ୍ରେମିକା ପରି ହୁଏ ଛନ୍ନ ଛନ୍ନ,

ଧାଇଁ ଯାଇ ଯେବେ ଧୁଏ ମୋ ଗାଁର ପାଦ,

ସତେ କି ତା ବିଲ ବଣ କାନନରେ

ଭରି ଯାଏ ପ୍ରାଣ.....

ପ୍ରତି ରାତି ଗଲା ପରେ ସକାଳଟା ଆସେ,

ମୋ ଗାଁର ପବନରେ ମଧୁର ମୂର୍ଚ୍ଛନା ଭରି,

ସୁରୁଜଟା ପାଦ ରଖେ ଶିଶିର ମୋତି ବିନ୍ଦୁରେ

ଥିରି ଥିରି ଝାଡୁଥାଏ ତା କିରଣ ରଙ୍ଗ ଛିଟା,

କଅଁଳ ବାଛୁରୀ ଦେହେ ସ୍ନେହଭରା ସ୍ପର୍ଶ ବାରି...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍