STORYMIRROR

TAPASWINI BEHERA

Others

3  

TAPASWINI BEHERA

Others

ଏଇ ଦେଖ ବର୍ଷା ଆସେ

ଏଇ ଦେଖ ବର୍ଷା ଆସେ

1 min
11.5K

ଏଇ ଦେଖ ବର୍ଷା ଆସେ

ନୀଳ ଆକାଶର ବକ୍ଷ ଦେଶ ଡେଇଁ

ଭଙ୍ଗିଳ ପାହାଡ଼ର ମଥାନକୁ ଛୁଇଁ

ଚପଳା ବଉଦର ଚାଦର ଘୋଡେଇ

ଛୁପି ଛୁପି ସେହି ଜଣେ ରୂପସୀ ନାୟିକା

ଇନ୍ଦ୍ର ନଅରର ଭବ୍ୟ ଭବନରୁ ଧାଇଁ..


 ଏଇ ଦେଖ ବର୍ଷା ଆସେ 

ଶୁଷ୍କ କଙ୍କାଳରେ ରକ୍ତମୁଠେ ଦେବା ପାଇଁ ବାହି

 ଫଟା ମାଟିର ଦେହରେ ଜୀବନ୍ୟାସ ଦେଇ

 ସବୁଜ ରଙ୍ଗର ହୋଲି ବିଞ୍ଚି ଦେବା ପାଇଁ,

 ଉତ୍ତକ୍ଷିପ୍ତ ବୈଶାଖର ହୋମଯଜ୍ଞ କରି

 ବୁକୁ ପରେ ନବ ସୃଷ୍ଟି ଆବାହନ ପାଇଁ..


ଏଇ ଦେଖ ବର୍ଷା ଆସେ

ରତି ମୋହେ ଆଶ୍ଲେଷର ସଂକୋଚତା ଫିଙ୍ଗି,

ମୋହାଗ୍ରସ୍ତ ତଟିନୀର ପ୍ରସାରିତ ବାହୁମେଲି

ମହୋଦଧି ତନୁମନେ ଆଲିଙ୍ଗନ ପାଇଁ,

ଆସନ୍ନ ପ୍ରସବା ଧରଣୀର ସ୍ୱାଗତରେ

ଇନ୍ଦ୍ରଧନୁ ଦେହେ ସପ୍ତ ରଙ୍ଗ ବୋଳି ଦେଇ...


ଏଇ ଦେଖ ବର୍ଷା ଆସେ

ଦୁର୍ବାର ମନର ଯେତେ ସହସ୍ର ତାଡନା

ନିଃସର୍ତ୍ତରେ ନିଃଶବ୍ଦରେ ଧୋଇ ନେବା ପାଇଁ,

କ୍ଷୁଦାତୁର ପ୍ରାଣ ପାଇଁ ପ୍ରଶାନ୍ତିର ଉଷା ନେଇ

ଝରିଆସେ ଆକାଶର ଶୂନ୍ୟ ସେତୁ ଦେଇ....।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍