STORYMIRROR

TAPASWINI BEHERA

Others

4  

TAPASWINI BEHERA

Others

ମୁଁ ଓଡ଼ିଆ

ମୁଁ ଓଡ଼ିଆ

1 min
109

ଓଡ଼ିଆ ମୋ ଜାତି

ଓଡ଼ିଆ ମୋ ଭାଷା

ଓଡ଼ିଆ ମୋ ପ୍ରାଣକେନ୍ଦ୍ର,

ମୋ ହୃଦୟ ପ୍ରତି ସ୍ପନ୍ଦନ ପବନେ

ନିତି ବହେ ତାର ଗନ୍ଧ...

ମୋ ମାଟି,ଗଗନେ

ଶ୍ରୀକ୍ଷେତ୍ର ପ୍ରାଙ୍ଗଣେ 

ଜଗନ୍ନାଥ ନାମ ନିତି ଗୁଞ୍ଜରିଣ

ଓଡ଼ିଆଙ୍କ ଗଡେ ଦିନ,

ଅବଡା ଅନ୍ନ ଠୁ ଟଙ୍କତୋରାଣିରେ 

ଆତ୍ମତୃପ୍ତ ହୁଏ ମନ...

ଶ୍ୟାମଳିମା ବନ

ଦେହ ଧୋଇଯାଏ

ବିସ୍ତୀର୍ଣ୍ଣ ସାଗର କୂଳ,

କେତେ ନଦ,ନଦୀ

ସାଜନ୍ତି ନର୍ତ୍ତକୀ 

ତା ଦେହ ଛାତିରେ

ମିଶି ହେବା ପାଇଁ ଭୋଳ...

ଓଡ଼ିଆ ମାଟିର 

କୀର୍ତ୍ତିରାଜି ସାଥେ

ଅନନ୍ୟ ତା ଚାରୁକଳା,

ଭଗ୍ନ ଶିଳାଲେଖେ

ମନ୍ତ୍ରମୁଗ୍ଧ କରେ,

କୋଣାର୍କ ସାଥେ 

ମିଶି ଚନ୍ଦ୍ରଭାଗା ବାଳା...

କେତେ ଯେ ସୁପୁତ୍ର

ଏଇ ମାଟି ମୋହେ

ଦେଇଛନ୍ତି ପ୍ରାଣବଳି,

ମୁକ ସାକ୍ଷୀ ଅଛି

ବାରବାଟୀ ଦୁର୍ଗ,

ଅତୀତ ବୀରତ୍ୱ ଧରି...

ମୋ ଉତ୍କଳ ଗାଥା

ପଢୁଅଛି ଯେବେ

ଗର୍ବେ ଫୁଲିଉଠେ ଛାତି,

ସେହି ଉତ୍କଳର

ସନ୍ତାନ ବୋଲି ମୁଁ

ଧନ୍ୟ ମଣେ ନିତି ନିତି...।


Rate this content
Log in