Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Classics Inspirational

5.0  

ବି. ନିରୁପମା

Classics Inspirational

ତୁମକୁ ମୁଁ ଚିନ୍ତେ ସଦା

ତୁମକୁ ମୁଁ ଚିନ୍ତେ ସଦା

1 min
454


ମୋ ଅଙ୍ଗରେ ପୀଡ଼ା ହୁଏ ଯେବେ ନାଥ

ଲାଗେନା କି ତିଳେ ବାଧା ,

ତୁମରି ନାମକୁ ଗଣ୍ଠିଧନ କରି

ଜପୁଅଛି ପରା ସଦା ।


କୀଟୁ ବ୍ରହ୍ମଯାଏ ସର୍ବବ୍ୟାପୀ ତୁମେ

ଏ କଥାଟି ଚିର ସତ୍ୟ ,

ସେଥିପାଇଁ ପରା ଏ ସମଗ୍ର ସୃଷ୍ଟି

ତୁମ ନାମ ଜପେ ନିତ୍ୟ ।


ଏ କଥାଟି ହେଜ ରଖି ହେ ଗୋବିନ୍ଦ

ତୁମକୁ ମୁଁ ଚିନ୍ତେ ସଦା ,

ମୋଅରି ଭିତରେ ତୁମେ ରହି ପରା

ଯାତନା ଭୋଗୁଛ ଅଧା ।


ସେଇଥିପାଇଁ ମୁଁ ଅଶେଷ ଯାତନା

ଆଜିଯାଏ ଅଛି ସହି ,

ସର୍ଵ ସଂକଟରୁ ଉଦ୍ଧରି ରଖୁଛ

ଦୟାନିଧି ନାମ ବହି ।


କରୁଣା ଏତିକି କରିଥାଅ ନାଥ 

ତୁମ ପଦେ ଥାଉ ମତି ,

ସୁଖେ ଦୁଃଖେ ମୋତେ ସାହା ହୋଇଥାଅ

ବାକିଦିନ ଯାଉ ବିତି ।


Rate this content
Log in

Similar oriya poem from Classics