STORYMIRROR

AK Gajanan

Classics Others

3  

AK Gajanan

Classics Others

ମୁକ୍ତି

ମୁକ୍ତି

1 min
88

ପ୍ରୟାସର ଅନ୍ତିମ ପ୍ରହର!

ଆରମ୍ଭର ପ୍ରଥମ ପାହାଚ

ଚଢିବାରେ ମଧ୍ୟ ଆକ୍ଷମ!

ନୀରବ ଏଠି ମୋ ଦରଦୀ ବଂଧୁ ସମୟ!

ନଷ୍ତବ୍ଧ ମଧ୍ୟ କୋଳାହଳ

ପ୍ରଳାପମୟ ଏ ହୃଦୟ

ଓଲଟାଇ ଚାଲିଛି ପୃଷ୍ଠା ପରେ ପୃଷ୍ଠା

ଖୋଜିଚାଲିଛି ଆରମ୍ଭ ଓ ଶେଷର ଆରମ୍ଭ!

ବହୁଦିନରୁ ହୃଦୟ ଭିତରେ

ଲଦାଲଦି ଗଦାଗଦି ହୋଇଥିବା ଶବ୍ଦମାନ!

ବାହାରକୁ ଆସିବାର ପ୍ରୟାସ

ଖୋଲା ଆକାଶରେ ଉଡିବୁଲିବାର ଆଶା

କାକରିଆ ଘାସ ଉପରେ ଚାଲିବାର ଆଭିଳାଷ

ଏ ଫୁଲ ସେ ଫୁଲକୁ ଚୁମିବାର ପରାକାଷ୍ଠା

ସମସ୍ତେ ପାଗଳାମିର ଚରମ ପାହାଚରେ!

ଏକ ମହାଯୁଦ୍ଧ ଆରମ୍ଭର ଶଙ୍ଖଧ୍ଵନି!

ଶବ୍ଦ ମାନଙ୍କ ଭିତରେ ଘୋମାଘୋଟ ଲଢେଇର ଆହ୍ବାନ

ଅକଳ୍ପନୀୟ ସ୍ବପ୍ନ

ଅସ୍ପରଣୀୟ ମୁହୂର୍ତ୍ତ

ଅକଥନୀୟ କଥା

ଅକ୍ଷୟ ବିଶ୍ବାସ ମାନଙ୍କ ମଧ୍ୟରେ!

ଏଇଥି ପାଇଁ!

ଏ ମିଳିତ ପ୍ରୟାସ

ଏ ଉତ୍ତାବଲ୍ଲା ଶଦ୍ଦମାନଙ୍କୁ ମୁକ୍ତି ଦେବାରେ

ଏକମାତ୍ର ରାସ୍ତା ଥିଲା

ହେଲେ ଏ କାଗଜ କଲମ ତ ସାଥ ଦେବାକୁ ନାରାଜ୍!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from AK Gajanan

Similar oriya poem from Classics