STORYMIRROR

Satyabati Swain

Classics

3  

Satyabati Swain

Classics

ନୀରବ ଭୋରଟିଏ

ନୀରବ ଭୋରଟିଏ

1 min
293

ସୌନ୍ଦର୍ଯ୍ୟର ପରମ ଭୋଗ

ସଙ୍ଗୀତର ଚରମ ଆନନ୍ଦ

ବିଶ୍ୱର କେନ୍ଦ୍ର ମୋତେଘେରି

ନୈସର୍ଗିକ ସମ୍ପର୍କର ପରିଧି

ମୋ ବିନା ସବୁ ଶୁନ୍ୟ" ଗୋଚର"

ଅଥଚ

ମହାଶୃଙ୍ଖଳ ବାନ୍ଧିଛି ମୋ ପାଦ


ମୋ ଦୁଇ ବାହୁ କୁତ୍ସିତ ସମାଜର

ଆବର୍ଜନା ବୋଝ ଉଠାଇବାକୁ ସମର୍ଥ

ମୋ ଛାତି ଅମୃତ 

ଜୀବନ୍ୟାସ ଦେଇ ପାରେ

କୋଟିଏ ଜୀବରେ

ବିଡମ୍ବନା

ମୁଁ କିନ୍ତୁ ଜଳୁଛି ଦୁଷ୍କର୍ମ ଜୁଇରେ


ମୁଁ ଚିର ସାର୍ବଜନୀନ ସତ୍ୟ

ସୂର୍ଯ୍ୟକୁ ଅପେକ୍ଷା ରତ

ନୀରବ ଭୋର୍ ଟିଏ 

ପବିତ୍ର ଅଗ୍ନି ପିଣ୍ଡ

ଜଳୁଛି ଅହରହ ଶିଖାହୀନ ଧାସରେ

ଫାଶୀ ପାଉଛି

କଣ୍ଟାର ମୁକୁଟ ପିନ୍ଧି


ମୁଁ ପ୍ରେମର ପ୍ରେମିକା

ଗଳ୍ପ,କବିତାର ନାୟିକା

ପ୍ରେମୀର ପ୍ରେୟସୀ

ଗୃହୀର ଘରଣୀ

ସନ୍ତାନର ଜନନୀ

ପାର୍ବଣ ଶକ୍ତି

କାଶତଣ୍ଡି ଧୋବଲା ହସ

"ନାରୀ" ସତ୍ୟ ସନାତନୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics