STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (22)

ଚଉପଦୀ (22)

1 min
247


ରାଗ ସାବେରୀ ଏକତାଳି

କାନ୍ଦନା ମୁଁ ନୋହିବି ବିଦେଶୀ ରେ ମନ୍ଦହାସୀ

କା, ର ବୋଲି ସହି, ଗାର କାଟୁ ମହୀ

ହାର ପରି ନେତ୍ର ଧାରକୁ ବୁହାଇ

ବାରଣଗତିକି, କାରଣଟି ଏହି ଛାର କଥାକୁ କି ରୂଷିରେ


କୁନ୍ଦରବନା ମୋ ପନ୍ଦର ବୟସୀ ମନ୍ଦର ଉରଜା ଚନ୍ଦ୍ରଜିତ ହାସୀ

କନ୍ଦର୍ପ ଶରେ ମୁଁ ଦେଖୁଁ ଗଲି ଭାସି ସୁନ୍ଦର ନିକି ଏ ଦିଶି ରେ


ଦରପଣମୁଖୀ ପରସନ ହୁଅ, ଉରଜରେ କର ଗଣ୍ଡ କୁ ନଦିଅ

ଦରହାସୀ ଦରହାସେ ଦୟା ବହ, ସରସ ବଚନ ଭାଷି ରେ


ହରିଣୀ ନୟନା ଧରି ତୋର କର, ସରିଗଲିଣି ମୁଁ କହୁଛି ନିଜର .

କରିବି କି ବୁଦ୍ଧି ହରସୁତ ଶର, ମରମେ ଯାଉଛି ପଶି ରେ


ସେବିଥିବି ତୋର ପାଶେ ଅନୁବ୍ରତେ, ଯିବିନାହିଁ କାହିଁ ଥିବାରେ ଜୀବିତେ

କବିରବି ବୋଲେ ଗୀତରେ ଏତେ ପାଉଛି ଗଙ୍ଗାରେ ଝାସି ରେ





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics