STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-108

ଚଉପଦୀ ଧର୍ମୀୟ-108

1 min
404

ଚଉପଦୀ

ଭାଗ (108)

କାମୋଦୀ - ଆଠତାଳି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ତାକୁ ହୁଏ କି ଋଷି, ତମସ୍ତମାଳ ସ୍ତୋମ ସୁକେଶୀ ରେ (ଘୋଷା)

ତିଳକ ତୁଳେ, ତୁଳନା ଥାଇ ନାହିଁ ମୂରତି ଯାହା ସଦୃଶି ରେ

ତନୁ ଗୋଟିକଯାକ ଜନ୍ମାଏ ପୁଲକ କୁଳ ନାଶନ ଯା’ ବଂଶୀରେ (1)

ତପନ ଶିଶୁମଣ୍ଡଳୀ ପରି ଯାଉଁ ଯା ଶିଖଣ୍ଡ ଚୂଡା ଦିଶି ରେ

ତରୁଣୀଙ୍କ ଶାଟୀ ଗ୍ରନ୍ଥି ପରିପାଟୀ ଭିଡୁ ଭିଡୁ ପଡେ ଖସି ରେ (2)

ତଟେ ଭାନୁଜାର ଶୋଭାମୃତ ଯା’ ର ବରଷନ୍ତେ ଲିସି ଲିସି ରେ 

ତହିଁରେ ତରୁଣୀ ଶ୍ରେଣୀ ମନ ପୁଣି ନ ଯାଇ ରହେ କି ମିଶି ରେ(3)

ତରଳ ମଞ୍ଜୁଳ ଚିତ୍ର ନେତ୍ରାଞ୍ଚଳ ଅଳପ ଗଲେ ବିଳସି ରେ

ତକ୍ଷଣରେ ବିକି ନୋହିବ ବିବେକୀ ହୋଇ କି ତେଡେ ସାହସୀ ରେ (4)

ତର୍କିବ ତାହାରି ଧୃତିପଣୁ ହାରି ହେଲେ ତା ଭଙ୍ଗୀ ସାରସୀରେ

ତାଳୁଯାଏ ମଜ୍ଜିଯାଇ ନ ସମଝି କେ ମାନୀ ହେବ ଭରସି ରେ (5)

କଥା କହୁଥିବ ଶ୍ୟାମ, ପୁଣି ଥିବ ମଥାପୋତି ଯୋଷା ବସି ରେ

ଚାହୁଁ ଚାହୁଁ ତାହା କ୍ରମ କହୁଥାଉ କାହୁଁ କି ଗୁଡାଏ ଆସି ରେ (6)

ତରଣୀଜା ତୀରେ ତରୁଣୀ ଜାତିରେ ନୋହିବ କେ ତାହା ଦାସୀ ରେ

ବସୁଦୁର୍ଗ ମହୀନାଥ କହେ ସହି ହୋଇ ଏ ବ୍ରଜନିବାସୀ ରେ (7)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics