Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-107

ଚଉପଦୀ ଧର୍ମୀୟ-107

1 min
107


ଚଉପଦୀ

ଭାଗ (107)

କେଦାର - ଏକତାଳି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ତମାଳନୀଳକେଶା ଗୁମାନେ ରହନା ରେ (ଘୋଷା)

ପରବସୁଧା - କଳାକରବଦନ ବାଳା,

ନବ - ପଲ୍ଲବ କରେ ବହନା ରେ (1)

ତୁ ମୋତେ ଦେବା ଶିରୀ ଦେଖି ସହି ନ ପାରି

କେ କିସ କହିଲାଟି ମୋହ ନାଁ’ ରେ (2)

ଯେତେ ଚାତୁରୀ - ହୀନ ହୋଇଲେ ହେଲେ ଜନ

ଜୀବନେ କରଇ କି କୁହନା ରେ (3)

ଦଳେ ଅଧରବିମ୍ବ - ଫଳେ ଯା ଦେଲି ଚୁମ୍ବ

ଏହି ଦୋଷକୁ ରୋଷ ବହନା ରେ(4)

ଅହିତ ମାର ଦାଉ ସହି ନ ପାରେ ଆଉ

ଗଲା କଥା ତ ଗଲା ତୁ ଅନାଁ ରେ (5)

ଭଣିଲେ ଜଗଦ୍ଦେବ କହନ୍ତି ଶ୍ରୀକେଶବ

ନୋହିବା ପରି ଗୋରୀ କହନା ରେ (6)

କବିସୂର୍ଯ୍ୟ ବଳଦେବ ରଥ



Rate this content
Log in

Similar oriya poem from Classics