Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3.0  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ 114

ଚଉପଦୀ ଧର୍ମୀୟ 114

1 min
414


ଚଉପଦୀ

ଭାଗ (114)

ବେହାଗ - ଏକତାଳି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ତୁମ୍ଭେ ସିନା ପାର ଗୋ ରଜନୀ – ବିହାର

ମୋର ସେ ନଟକୂଟକୁ ଜୁହାର ଗୋ( ପଦ)

ପରିଚୟ କରିଛ ଯଶୋଦାସୂତ ସଙ୍ଗରେ

ହରିଛ ଯମୁନାକୂଳେ କାଳ ନାନା ରଙ୍ଗରେ (1)

ଘର – ଜନ ଗରଜନ ପରିଭବ ସହିବ

ବରଜ ନଗରଜନ ବଦନ ନ ଚାହିଁବ (2)

ନୀରଜରୁ ନିରଜରୁ ଜରୁ ପ୍ରତି ପ୍ରତୀକେ

ସ୍ମରଜରୁ ସରିଯାଉଥିବ ନିତି ନିତି କେ (3)

ଆସିବେ ସେ ବୋଲି ଭୁଲି ଭାସି ଆଶା – ସାଗରେ

ବାସି ବେଶ ହେବାଯାଏ ବସିବାର ଜାଗରେ (4)

ବନ୍ଦେ ତରଳତା ଛାଡି ମନ୍ଦେତର ଆଦରେ

ବସୁଦୁର୍ଗ ବସୁନ୍ଧରାଧୀଶ ରାଧାପଦରେ (5)

କବିସୂର୍ଯ୍ୟ ବଳଦେବ ରଥ



Rate this content
Log in

Similar oriya poem from Classics