Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

ଅମୂଲ୍ୟ ସମ୍ପତ୍ତି

ଅମୂଲ୍ୟ ସମ୍ପତ୍ତି

4 mins
323


ଜହ୍ମମାମୁ (ଜୁନ୍ 2012)


ବିକ୍ରମସେନ ଅମରାବତୀ ନଗରର ରାଜା ଥିଲେ l ସେ ତାଙ୍କର କର୍ମଚାରୀମାନଙ୍କୁ ପସନ୍ଦ କରୁନଥିଲେ - କାରଣ ସେମାନେ ସବୁବେଳେ ତାଙ୍କର ତୋଷାମଦ କରୁଥିଲେ – “ଆପଣ ଇନ୍ଦ୍ର, ଆପଣ ଚନ୍ଦ୍ର, ଆପଣଙ୍କ ରାଜ୍ୟରେ ପ୍ରଜା ଅତ୍ୟନ୍ତ ସୁଖ ଶାନ୍ତିରେ ଅଛନ୍ତି l”

ଏଣୁ ବିକ୍ରମସେନ କେବେ କେବେ ବେଶ ବଦଳାଇ ସାଧାରଣ ବ୍ୟକ୍ତିଙ୍କ ପରି ଗାଁରେ ଲୁଚି ରହୁଥିଲେ l ଏବଂ ଲୋକେ କିପରି ଅଛନ୍ତି ସେ ବିଷୟରେ ଖୋଜ ଖବର ନେଉଥିଲେ l

ଦିନେ ସେ ବେଶ ବଦଳାଇ ଜଙ୍ଗଲ ଭିତରେ ଯାଉଥିଲେ, ଏତିକିବେଳେ ବଂଶୀର ସ୍ୱର ଭାସି ଆସୁଥିବାର ଶୁଣିଲେ - ରାଜା ସେପଟକୁ ଗଲେ, ଏବଂ ସେ ଏକ ଯୁବକକୁ ଦେଖିଲେ l ଯୁବକର ବୟସ ଷୋହଳ ବର୍ଷ ହେବ l ଛିଣ୍ଡା କପଡା ପିନ୍ଧିଥିଲା, ତଥାପି ଖୁବ୍ ସୁନ୍ଦର ମନେ ହେଉଥିଲା l ତାକୁ ଦେଖି ରାଜା ଭାବିଲେ ବୋଧହୁଏ କୌଣସି ରାଜକୁମାର ବେଶ ବଦଳାଇ ବସିଛି l କିନ୍ତୁ ତା ସହ କଥାବାର୍ତ୍ତା ହୋଇ ରାଜା ଜାଣିପରିଲେ ଯେ ତା’ର ପିତାମାତା ଅତ୍ୟନ୍ତ ଗରିବ ଥିଲେ l

ସେହି ପିଲାଟିର ନାମ ଥିଲା ଶମ୍ଭୁ l ସେ ରାଜାଙ୍କ ପ୍ରଶ୍ନର ସଠିକ ଜବାବ ଦେଲା l ତା’ର କଥା ବୁଲେଇ ବାଙ୍କେଇ ମିଛ ସତକରି ବଢେଇ କହିବାର ଅଭ୍ୟାସ ନ ଥିଲା l ରାଜାଙ୍କୁ ଶମ୍ଭୁର ବ୍ୟବହାର ଭାରି ଭଲ ଲାଗିଲା l ତା’ର ସରଳତା ଏବଂ ସତ୍ୟବାଦିତା ଦେଖି ରାଜା ଅତ୍ୟନ୍ତ ପ୍ରଭାବିତ ହେଲେ l

“ଶମ୍ଭୁ, ମୋ ସାଙ୍ଗରେ ଆସିବ ? ତୁମକୁ ଭଲ ଲୁଗାପଟା ଦେବି…, ଭଲ ଖାଦ୍ୟ ଦେବି… ଚାକିରି ମଧ୍ୟ ଦେବି l” ରାଜା କହିଲେ l ଶମ୍ଭୁ ରାଜି ହୋଇଗଲା l

ଅମରାବତୀ ନଗରରେ ପହଞ୍ଚି ସେ ଯେତେବେଳେ ରାଜନଗରରେ ପାଦ ରଖିଲା, ଜାଣିପାରିଲା ଯେ ଏ ଦେଶର ରାଜା ସ୍ୱୟଂ ତାକୁ ଏଠାକୁ ଆଣିଛନ୍ତି l ସେ ଭାରି ଖୁସି

ହୋଇଗଲା l ତା’ର ବଡ ଭାଗ୍ୟ ମନେ କଲା l

ଶମ୍ଭୁର ମଇଳା ପୋଷାକ ଓହ୍ଲେଇ ଦେଇ, ତାକୁ ଦାମିକା ପୋଷାକ ଏବଂ ବିଭିନ୍ନ ମୂଲ୍ୟବାନ ଅଳଙ୍କାରରେ ସଜ୍ଜିତ ପଗଡି ପିନ୍ଧିବାକୁ ଦିଆଗଲା l ସମସ୍ତ ସୁଖ ସୁବିଧାର ବ୍ୟବସ୍ଥା କରିଦିଆଗଲା l ତାକୁ ଲେଖାପଢା ଶିଖାଗଲାlll ତାକୁ ଦରବାରରେ କିପରି କଥାବାର୍ତ୍ତା କରିବାକୁ ହେବ, କିପରି ଚଳିବାକୁ ହେବ ସେ ବିଷୟରେ ମଧ୍ୟ କୁହାଗଲା l ରାଜା କିଛି ଦିନ ପରେ ତାକୁ ନିଜର ଧନରତ୍ନ ଦାୟିତ୍ୱରେ ରଖିଲେ l ରାଜା ଭାବୁଥିଲେ କୋଟି କୋଟି ଟଙ୍କାର ଦୁର୍ମୁଲ୍ୟ ଜିନିଷ ସାଇତି ରଖିବା ପାଇଁ ଶମ୍ଭୁଠାରୁ ଅଧିକ ବିଶ୍ୱସ୍ତ ଅଧିକାରୀ ମିଳିବେ ନାହିଁ l

ଏହି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଶମ୍ଭୁ ନିଜ ଗାଁକୁ ଗଲା l ସେ ବିଭିନ୍ନ ସ୍ଥାନ ବୁଲି ଦେଖିଲା l ପରିଚିତ ସ୍ଥାନମାନଙ୍କୁ ଯାଇ ବନ୍ଧୁବାନ୍ଧବଙ୍କୁ ଭେଟିଲା l ସେମାନଙ୍କୁ ଉପହାର ଦେଲା l ବଂଶୀ ବଜାଇଲା ଯେତେବେଳେ ତା’ର ସାଙ୍ଗମାନେ ତାକୁ ପଚାରିଲେ – “ରାଜାଙ୍କ ଚାକିରୀ

କିପରି?” ସେ କହିଲା – “ତୁମ୍ଭେମାନେ ଏହି ରାଜ୍ୟ ଛାଡି କେବେ ବି ଯିବ ନାହିଁ l ରାଜାଙ୍କ ଦରବାରରେ କେବେ ବି ଚାକିରୀ କରିବ ନାହିଁ l ବାସ୍ତବ ସୁଖ ତ ଏହି ସ୍ଥାନରେ ଅଛି l”

ତାପରେ ସେ ଅମରାବତୀ ଫେରିଯାଇ ରାଜାଙ୍କର ସମ୍ପତ୍ତିର ଦାୟିତ୍ୱ ନେଲା l କିଛି ଦିନ ପରେ ରାଜାଙ୍କର ମୃତ୍ୟୁ ହେଲା l ରାଜାଙ୍କର ପୁତ୍ର କନକ ଗାଦିରେ ବସିଲେ l ରାଜାଙ୍କର ଅନେକ କର୍ମଚାରୀ ଥିଲେ, ଯାହା ସହିତ ଶମ୍ଭୁର ଭଲ ପଡୁ ନଥିଲା – କାରଣ ସ୍ୱର୍ଗତଃ ରାଜା ଅନ୍ୟମାନଙ୍କ ଅପେକ୍ଷା ଶମ୍ଭୁକୁ ଅଧିକ ଆଦର କରୁଥିଲେ l ଏବେ ସେହି କର୍ମଚାରୀମାନେ ନୂଆରାଜାଙ୍କ କାନରେ ମିଛସତ କରି କହିଲେ – “ମହାରାଜ ଆପଣଙ୍କର ପିତାଙ୍କର ଭରସା ଲାଭ କରିବା ପରେ ସେ ରାଜକୋଷକୁ ଲୁଟି ନେଇଛି l ଆପଣ ତାହା ଉପରେ ନଜର ରଖନ୍ତୁ l”

ରାଜାଙ୍କୁ ଯେତେବେଳେ ତାଙ୍କର ଆଖପାଖର କର୍ମଚାରୀମାନେ ଏପରି କହିବେ ରାଜା କିପରି ବା ନ ଶୁଣି ରହି ପାରିବେ ? କିନ୍ତୁ ଏହା ଦେଖାନ୍ତୁ ଯେ ଶମ୍ଭୁ ଅପରାଧ କରିଛନ୍ତି କିମ୍ବା ଧୋକ୍କା ଦେଇଛନ୍ତି ତେବେ ମୁଁ ତାଙ୍କୁ ଦଣ୍ଡ ଦେବି l” କନକସେନ କହିଲେ l

“ଆପଣଙ୍କର ପିତାଙ୍କ ନିକଟରେ ରତ୍ନରେ ସଜ୍ଜିତ ତଲଓ୍ୱାର ରହିଥିଲା l ତାକୁ ଏହା ଦେଖେଇବାକୁ କହନ୍ତୁ l” ସେହି କର୍ମଚାରୀମାନେ ରାଜାଙ୍କୁ ପରାମର୍ଶଦେଲେ l

“ମହାରାଜ ! ଆପଣଙ୍କର ପିତା ସେହି ତରବାରୀରୁ ରତ୍ନ ବାହାର କରି ଗହଣା ତିଆରି କରିଥିଲେ l” ଶମ୍ଭୁ କହିଲେ l

ଏକଥା ପ୍ରମାଣ ହୋଇଗଲା ଯେ ଶମ୍ଭୁ ଯାହା କହିଲେ ସତ କହିଥିଲେ l ଏହା ସହିତ ସେ କିଛି ସାକ୍ଷୀ ମଧ୍ୟ ଯୋଗାଡ କଲେ l ରାଜଙ୍କୁ ସେହି କର୍ମଚାରୀମାନେ କହିଲେ – “ଶମ୍ଭୁ ନିରପରାଧି ମନେ ହେଉଛି l”

“ମହାରାଜ ! ଖଜାନାରେ ରହିଥିବା ସମସ୍ତ ଜିନିଷର ସୂଚୀ ପ୍ରଦାନ କରିବାକୁ ଶମ୍ଭୁକୁ

କୁହନ୍ତୁ l ପୁରୁଣା ସୂଚୀ ସହିତ ମିଳାଇ ଦେଖିଲେ କେଉଁ ଜିନିଷ ନାହିଁ ଜଣା ପଡିଯିବ l” କର୍ମଚାରୀମାନେ କହିଲେ l

ରାଜାଙ୍କ ଆଦେଶ ଅନୁସାରେ ଖଜାନାରେ ଯେତେ ଜିନିଷ ଥିଲା ସବୁ ଜିନିଷର ସୂଚୀ ପ୍ରସ୍ତୁତ କରି ଶମ୍ଭୁ ଆଣିଲା l ଏହି ସୂଚୀକୁ ଦେଖି ଜଣା ପଡିଲା ଯେ କୌଣସି ବି ଜିନିଷ ହଜିନଥିଲା l ସୂଚୀରେ ଲିଖିତ ବସ୍ତୁ ନିରୀକ୍ଷଣ କରିବା ପାଇଁ ରାଜା ଗନ୍ତାଘରକୁ ନିଜର ପରିବାର ସହିତ ଆସିଲେ l

ଖଜାନା ଦେଖି ରାଜା ଖୁବ୍ ଖୁସି ହେଲେ l ଖଜାନାରେ ସମସ୍ତ ଜିନିଷ ସୁନ୍ଦର ଭାବେ ସଜାଇ ରଖାଯାଇଥିଲା l ସୂଚୀ ଅନୁସାରେ ତାହାକୁ ଦେଖିନେବା ଖୁବ ସହଜ ଥିଲା l

ରାଜା ଯିବା ପୂର୍ବରୁ ଶମ୍ଭୁର ପ୍ରଶଂସା କରିବାକୁ ଯାଉଥିଲେ ଏତିକିବେଳେ ତାଙ୍କ ସହିତ କର୍ମଚାରୀମାନେ ଖଜାନାର କାନ୍ଥରେ ଗୋଟିଏ ଲୁହା କବାଟ ଦେଖାଇଲେ l ଏହି କବାଟରେ ବୋଧ ହୁଏ କୌଣସି ସୁଡଙ୍ଗ ରହିଛି l କିଏ ଜାଣେ ସେଥିରେ କଣ ଅଛି ?”

ରାଜା ଶମ୍ଭୁଆଡକୁ ମୁଁହବୁଲାଇ ପଚାରିଲେ – “ଏହି ସୁଡଙ୍ଗରେ କଣ ରହିଛି ? ସୂଚୀରେ ସେ ବିଷୟରେ ଲେଖାଯାଇନାହିଁ ?”

“ମହାରାଜ କ୍ଷମା କରନ୍ତୁ, ଏହି ସୁଡଙ୍ଗରେ ଯାହା ରହିଛି ତାହା ମୋର ସମ୍ପତ୍ତି ତାହା ମୋର ସମ୍ପତ୍ତି ତାହା ମୋ ପାଇଁ ଅମୂଲ୍ୟ, ତେଣୁ ତାହା ମୁଁ ଆପଣଙ୍କ ସୂଚୀରେ ଦେଖାଇ ନାହିଁ l” ଶମ୍ଭୁ କହିଲା l

ଏ କଥା କହିବା ମାତ୍ରେ ରାଜା ଚିନ୍ତା କଲେ l ଅଧିକାରୀମାନେ ଯାହା କହୁଥିଲେ ତାହା ସତ୍ୟ ପ୍ରମାଣିତ ହୋଇଗଲା, ତାହା ଠିକ୍ ଥିଲା l ତାଙ୍କୁ ରାଗ ଲାଗିଲା l ସେ କହିଲେ, “ପ୍ରଥମେ ତୁମ ସୁଡଙ୍ଗର କବାଟ ଖୋଲ l”

ଶମ୍ଭୁ ଲୁହାର କବାଟ ଖୋଲିଲା କାନ୍ଥରେ ଗୋଟିଏ ଆଲମାରୀ ଥିଲା l ଶମ୍ଭୁ ସେହି ଆଲମାରୀଟିକୁ ଖୋଲିଲେ l ଛିଣ୍ଡା କମ୍ବଳ, ପୁରୁଣା କପଡା, ଚପଲ ଏବଂ ଏକ ବଂଶୀ ରଖାଯାଇଥିବାର ଦେଖାଗଲା l

ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ – “ଏହା ତୁମର ମୂଲ୍ୟବାନ ସମ୍ପତ୍ତି ?”

“ହଁ, ମହାରାଜ ଆପଣଙ୍କର ପିତା ମୋତେ ଚାକିରି ଦେବା ପୂର୍ବରୁ ଏହା ହିଁ ମୋର ସମ୍ପତ୍ତି ଥିଲା l ଯେବେଠୁ ଚାକିରି କଲିଣି ସେବେଠୁ ସୁଖ କଣ ମୁଁ ଜାଣିନାହିଁ l ମୁଁ ଯେ ପର୍ଯ୍ୟନ୍ତ ଏତିକି ସମ୍ପତ୍ତି ସହିତ ଥିଲି, ମୋ ପାଖରେ କିଛି ନଥିଲା ମୁଁ ଖୁବ୍ ସୁଖୀ ଥିଲି l ଏତିକି ସମ୍ପତ୍ତି ଥିଲା ବେଳେ ମୁଁ ଖୁବ୍ ଆନନ୍ଦରେ ଥିଲି l କିଛି ନଥାଇ ମଧ୍ୟ ସୁଖରେ ରହୁଥିଲି l ତେଣୁ ଏହାଠାରୁ ବଳି ଅମୂଲ୍ୟ ସମ୍ପତ୍ତି ମୋ ପାଇଁ ପୃଥିବୀରେ ଆଉ କିଛି ହୋଇପାରେ କି ? ଏହାକୁ ଦେଖି ମୁଁ ମୋର ଅତୀତକୁ ମନେ ପକାଏ l ରାଜାଙ୍କର ମୋ ପ୍ରତି ଭରସାକୁ ମନେ ପକାଏ l ଏହି ଜିନିଷକୁ ଦେଖି ମୁଁ ସୁଖ ବି ପାଏ, ଦୁଃଖ ମଧ୍ୟ ପାଏ l ମୋର ସବୁଠାରୁ ପ୍ରିୟ ଏତିକି ସମ୍ପତ୍ତି ମାତ୍ର l” ଶମ୍ଭୁ

କହିଲା l

-        ରାଜା ଶମ୍ଭୁର କଥା ଶୁଣି ଅତ୍ୟନ୍ତ ପ୍ରଭାବିତ ହେଲେ l ଶମ୍ଭୁ ପ୍ରତି ତାଙ୍କର ଆଦର ସମ୍ମାନ

ଆହୁରି ବଢିଗଲା l ସେ ତାଙ୍କୁ ପିତାଙ୍କ ଠାରୁ ଅଧିକ ସମ୍ମାନ ଦେଲେ ଏବଂ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିବା କର୍ମଚାରୀମାନଙ୍କୁ ଚାକିରିରୁ ବିଦା କରି ଦେଲେ l


Rate this content
Log in