STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-111

ଚଉପଦୀ ଧର୍ମୀୟ-111

1 min
380

ଚଉପଦୀ

ଭାଗ (111)

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ତାର ସୁଆଗ ଗୋ, ନୂଆ ଗରଜରୁ ବଳେ

ଛୁଆ ଗଜପର        ସେ କୁଳ ଦ୍ୱୀପର

ତୁ ଆଗ କସି ଯା ବେଳେ

ଜମ୍ଭା ହିତ କର        ଦମ୍ଭୋଳି ପ୍ରକର

ସମ୍ଭାଳି ହୋଇବ କିଛି

ଜୃମ୍ଭାହୀନ ଶ୍ୟାମ             ନେତ୍ରାନ୍ତ ବିକ୍ରମ

ସ୍ମରଣ ପ୍ରାଣ ହରୁଛି (1)

ଭୂରୁ ଭଙ୍ଗି ତାର               ଦୂରୁ ବନିତାର

ଜୁରୁଛି ଧୃତି ପସରା

ଦ୍ୱିଖଣ୍ଡ କରୁଛି         ବିବେକକୁ ଯାହା

ଅଖଣ୍ଡ ଶିଖଣ୍ଡ ଝରା ! (2)

କରୀରଜା ଚୁମ୍ବୁ              ଗାନ ରସେ ସର୍ବ

ଶରୀର ଭରେ ପୁଲକେ

ପିଇବ ଯେ ବଧୂ              ତା ଓଷ୍ଠ ବିଚ୍ଛେଦେ

ଜୀଇଁବଟି କିଏ ଲୋକେ (3)

ସ୍ମିତକୁ ଚାହିଁ ତା               ମୋହନ ମୁରଲୀ

ଗୀତକୁ ଶୁଣିଲେ କାନେ

ଉରୁ ଜଡିମାକୁ               ଚୁମ୍ବିବ କଂପନ

ଗୁରୁଜନେ ଥିବା ସ୍ଥାନେ (4)

ଯେ ବାର ବାମା ସେ         ପାରିବ ତା ତୁଲେ

ହେବାର ଟାପରା ଟାହି

ରଖି ମନେ ତାକୁ             ଘାଣ୍ଟି ହୋଇବାରେ

ସଖୀ ମତେ ଲୋଡାନାହିଁ (5)

ନିଶ୍ୱାସ ମାତ୍ରକ               ରହିଲା ଉତ୍ତାରୁ

ବିଶ୍ୱାସ ଜାଣି ନାହିଁ କି?

ଯା ଶିବ କରିବେ              ହେବ ଜାଣୁ ଜାଣୁ

ଭାଷିବ ପ୍ରାଣୀ କାହିଁକି ? (6)

ପଲ୍ଲବ ତଳ୍ପେ         ପହୁଡି ଦୁଃଖେ ଏହା

ପଲ୍ଲବ ବାମା କହିଲେ

କଷ୍ଟ ଜାଣି ଦୁଃଖୀ             ହେଲେ ପ୍ରାଣ ସଖୀ

ଅଷ୍ଟଦୁର୍ଗ ନାଥ ବୋଲେ (7)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics