STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-112

ଚଉପଦୀ ଧର୍ମୀୟ-112

1 min
122

ଚଉପଦୀ

ଭାଗ (112)

ରାଗ - କାମୋଦୀ

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ତେଣ୍ଟାରେ ଜାଣି ଜାଣି ପଡିଲି ରେ, ଘଣ୍ଟାରବ ପଥ ମୁଁ ଛାଡିଲି ରେ

କଣ୍ଟା ନିରୁଦ୍ଧ ଘାଟୀ, ସଞ୍ଚାର କ୍ଳେଶ - ଧାଟୀ,

ବଣ୍ଟା ନେବି ମୁଁ ବୋଲି ଅଡିଲି ରେ(ପଦ)

ମରୀଚ ଘନସାର, ଉପଳ କ୍ଷୀରସର,

ବିନା ତ ପିଚୁମର୍ଦ୍ଦ ଲୋଡିଲି ରେ,

ହଟକୁଟ୍ଟିମମୂର୍ଦ୍ଧ ସ୍ଥଳ - ଖେଳ - ସଂଶ୍ରଦ୍ଧ,

ନୋହିଁ ଦୁର୍ଗନ୍ଧ ଗର୍ତ୍ତେ ବୁଡିଲି ରେ (1)

ଦେବପ୍ରାସାଦମତି ଜନମିବାରୁ ନିତି,

ବଲ୍ମୀକ ଦେଖି କର ଯୋଡିଲି ରେ,

କର୍ମଠ ଧର୍ମଦକ୍ଷ ସାକ୍ଷର ବିପ୍ରମୁଖ୍ୟ

ନିତ୍ୟନିବାସ ବେଶ ପୋଡିଲି ରେ(2)

ଜମ୍ଭାହିତପ୍ରେରିତ ଦମ୍ଭୋଳି ଦୃଢାଘାତ

ବଞ୍ଚାଇବାକୁ ଛାତି ଆଡିଲି ରେ,

ସମ୍ଭାଳିବାକୁ ବଳ ନୋହିବାରୁ କେବଳ

କରତଳେ କପାଳ ତାଡିଲି ରେ(3)

ହଂସୁଲି ତୂଳିତଳ୍ପ ପାସୋରି ଦେଇ ଅଳ୍ପ

ଲୋକଙ୍କ ପରି ତଳେ ଗଡିଲି ରେ,

ରାଧାରମଣ ଘନଶ୍ୟାମ ବୋଲିବା ଜନ ଦେଖି

ସକ୍ରୋଧେ ଦନ୍ତ ଭିଡିଲି ରେ(4)

ସମ୍ଭାଷଣ ନ କଲି ତମ୍ଭସଦୃଶବଲ୍ଲୀ

ଦେହାକୁ ଦୂରୁଁ ଦେଖି ତଡିଲି ରେ,

ଚାଟୁଗିରେ ଆଶ୍ୱାସି ଜରତି ବହିର୍ଦାସୀମାନଙ୍କ ଅଙ୍କସ୍ଥଳେ ଜଡିଲି ରେ

ବନ୍ଧୁ କ୍ଷମାସରସୀ ହୋଇ ଅନ୍ୟାଭିଳାଷୀ ଅରଣ୍ୟରେ ପଶି ମୁଁ ରଡିଲି ରେ,

କହେ କବିଅର୍ଯ୍ୟାମୀ ମୁଁ ଦୋଷ କଲେ କ୍ଷମା

ହେବ ନାହିଁ କି ବୋଲି ବିଡିଲି ରେ (6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics