STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ 115

ଚଉପଦୀ ଧର୍ମୀୟ 115

1 min
437

ଚଉପଦୀ

ଭାଗ (115)

ପୁରିକଲ୍ୟାଣ – ଆଦିତାଳ

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଥରେ ଅନାଁ ରେ ମୋହନା ତେଜି ମାନ (0)

ଧନ ମୁଁ ସ୍ନେହରେ             ଜନମୁଁ ଦେହରେ

ଭଜି ନାହିଁଟି ତୋହରିଠାରୁ ଆନ (1)

ସୁଧାଗତ ରସ,               ମୁଁ ଧାରା ତରସ– 

ମଣି ଲୋଡେ ମୁଁ ତୋ ଦନ୍ତବାସ ପାନ (2)

ସରୁ ମଧ୍ୟା ମତେ,             ନ ରୁଚେ କିଞ୍ଚିତେ

ତୋ ବଚନ ବିନା ବେଣୁ ବୀଣା ଗାନ (3)

ଚାହିଁଲେ ତୋ ଗତି,         କାହିଁ ବୋଲେ ପ୍ରୀତି

ନ ଚାହେଁ ମୁଁ ଲୀଳାଳସ – ହଂସଯାନ (4)

ପିକଭାଷୀ ହସ,              ନ କର ନିରାଶ

ମୋହର ଅଛିଟି କୋଟି କୋଟି ଆନ (5)

ଶ୍ୟାମ ଚାଟୁଗିରେ,            କାମବଶେ ଧୀରେ

ହସି ରସେ ରାଧା ହେଲେ ସାବଧାନ (6)

ଅଷ୍ଟଦୁର୍ଗେଶ୍ୱର,               କଷ୍ଟ ପରିହର

କଲେ ଶ୍ରୀ କିଶୋର ବନି ସେ ବିତାନ (7)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics