STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-110

ଚଉପଦୀ ଧର୍ମୀୟ-110

1 min
332

ଚଉପଦୀ

ଭାଗ (110)

ରାଗ - କଳହଂସ କେଦାର

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ତାର ଗିରେ କି ବିଶ୍ୱାସ, ତାର ସ୍ନେହେ କି ବିଶ୍ୱାସ,

ତାର ପରେ କି ବିଶ୍ୱାସ, ଯାର ଜାରବିଳାସ ଗୋ (ପଦ)

ବୋଲେ ଶତ ଥର ଶପଥରେ ମୋର ଆନେ ନାହିଁ ଅଭିଳାଷ,

ହୋଇଥାଏ ବୋଲି ଚନ୍ଦ୍ରାବଳୀ କେଳିନିକୁଞ୍ଜ କୁସୁମବାସ ଗୋ (1)

ଦନ୍ତବାସେ ସତୀ ଯୁବତୀଙ୍କ ଜାତି ନେବା ଭଙ୍ଗୀମିଶା ହାସ,

କଥାକୁ ଶାଶୁଙ୍କ ମଥାକୁ ଛୁଆଇଁ ଏପରି ଯାହା ସାହସ ଗୋ .(2)

ପ୍ରତି ରାତି ନାରୀମଣିର ରମଣେତରେ ବଳାଏ ମୁହାଁସ,

ପାଚେରୀ ଡେଇଁବା, ଆପଦୁ ଯା ପଦଜଳଜତଳ ପରାସ ଗୋ (3)

ହୁଏ କେଡେ ପ୍ରିୟ ଗିରେ ସବିନୟ ପ୍ରକାଶି ମୋହନ ରସ,

ମୁରଲୀ ବଜାଇ ଡାକେ ଯହୁଁ ଯାଇ - ଆଚରେ ବଡ ନିରାଶ ଗୋ (4)

ମୁଁ ନଗର ଯୁବରାଜ ବୋଲି ଅବଲେପରେ ବହେ ଉଲ୍ଲାସ,

ଯେ ପୁଣି କପଟେ ଲୁଚି ନଦୀତଟେ ଲୁଟଇ ପାଲଟା ବାସ ଗୋ (5)

ତେବେ ହେଲେ ଏ କି ଚିତ୍ର ଧିକ ତାର ଧନ ଜୀବନ ନିବାସ,

ଅଷ୍ଟଦୁର୍ଗପୁରନ୍ଦର ବୋଲେ ଯାର ଗତି ନୁହେ ପୀତବାସ (6)

 କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics