STORYMIRROR

Kalpana Satpathy

Abstract Classics Inspirational

4  

Kalpana Satpathy

Abstract Classics Inspirational

ଅଜଣା ରାସ୍ତା

ଅଜଣା ରାସ୍ତା

1 min
33

ଅଜଣା ଅତିଥି ପରି ଆସିଅଛି ମୁହିଁ

ଅଜଣା ରାସ୍ତାରେ ରଖିଛି ପାଦ 

ଜୀବନର ଚିତ୍ରିତ ସୀମାରେଖାରେ ମୁଁ

ନିତି ନିତି ଚାଲି ପାଉଛି କଷ୍ଟ ।

କେଉଁଠୁ ଆସିଛି କେଉଁଠି କୁ ଯିବି

ଏକଥା ଭାବି ଲାଗେ ବିଷାଦ

ଖାଲି ଦେଖେ ମୁହିଁ ଅଜଣା ରାସ୍ତାରେ

ବସିଛି ଜୀବନ ହାଟ

ଜୀବନ ସଉଦା ସରିଗଲା ପରେ

ସରିଯିବ ଏହି ଜୀବନ ହାଟ।

କର୍ମ ହିଁ ଭଗବାନ ଜାଣିଅଛି ବୋଲି

ନିତି ନିତି ଚାଲି ଚଢି ଥାଏ ପାହାଚ

ଅଜଣା ରାସ୍ତାର ଅଜଣା ପାହାଚେ

ପାଦ ରଖି ମୁଁ ଯେ ପାଉଛି କଷ୍ଟ।

ଅଜଣା ରାସ୍ତାର ଅଜଣା ପଥିକ

ଟିଏ ମୁଁ ଖୋଜି ବୁଲୁଥାଏ

ଟିକେ ସେନେହ ମମତାର ସୁଅ 

ହେଲେ ଅଜଣା ରାସ୍ତାଟା

ଅଚିହ୍ନା ଅଜଣା ହୋଇ

ମୋ ହୃଦୟ କୁ କରେ କ୍ଷତ ବିକ୍ଷତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract