STORYMIRROR

Bidyadhar Mantry

Classics Inspirational Others

4  

Bidyadhar Mantry

Classics Inspirational Others

ଅନ୍ତର ଆତ୍ମାରେ ଜଗନ୍ନାଥ

ଅନ୍ତର ଆତ୍ମାରେ ଜଗନ୍ନାଥ

1 min
334


ଶରୀର ରୂପକ ମନ୍ଦିରରେ ଆତ୍ମା

ଆତ୍ମା ଅଟେ ଅବିନାଶୀ 

ଆତ୍ମା ଅଛି ବୋଲି ରହିଛି ଜୀବନ

ମନ୍ଦିରରେ ହସ ଖୁସି


ଯେଉଁ ଦିନ ଆତ୍ମା ଛାଡ଼ିବ ଶରୀର

ମନ୍ଦିର ହୋଇବ ନାଶ

ଆତ୍ମା ଫେରିଯିବ ନିଜର ସ୍ଥାନକୁ

ଶରୀର ହୋଇବ ଧ୍ଵଂସ


ଆତ୍ମା ରହିଅଛି ଅତିଥି ଭାବରେ

କଲେ ଅତିଥି ସକ୍ତାର 

ଆତ୍ମାର ସଦ୍-ଗତି ହୋଇବ ପ୍ରାପ୍ତି

ଆତ୍ମା ହୋଇବ ଉଦ୍ଧାର


ଅନ୍ତର ଆତ୍ମାରେ ବାସ ଜଗନ୍ନାଥ

ଦେଖ ଚିନ୍ତା ଚେତନାରେ

ଆତ୍ମାକୁ ଚିହ୍ନିଲେ ପରମାତ୍ମା ଚିହ୍ନା

ମିଳିଯିବ ସହଜରେ


ସତ୍ୟ ଧର୍ମ ଦୟା ଦାନ କ୍ଷମା ଗୁଣ

ହେଲେ ଉଦୟ ହୃଦରେ

ଆପେ ଆପେ ଆତ୍ମା ହେବ ବିକଶିତ

ପରୋପକାର ସେବାରେ


ଆତ୍ମା ଯେବେ ହେବ ପୂର୍ଣ୍ଣ ବିକଶିତ

ଦିବ୍ୟଜ୍ଞାନ ହେବ ପ୍ରାପ୍ତି

ଦିବ୍ୟଜ୍ଞାନ ବଳେ ପରମାତ୍ମା ପ୍ରାପ୍ତି

ଆତ୍ମା ଲଭିବ ମୁକତି


ପରମାତ୍ମା ଅଛନ୍ତି ଦାରୁବ୍ରହ୍ମ ହୋଇ

ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରେ

ଆନନ୍ଦିତ ହୋଇବ ଅନ୍ତର ଆତ୍ମା

ଶ୍ରୀମନ୍ଦିର ଦର୍ଶନରେ ।


ଅନ୍ତର ଆତ୍ମାରେ ଅଛି ଜଗନ୍ନାଥ

ଜ୍ଞାନ ବଳେ ଚିହ୍ନି ହେବ

ଦାରୁ ବ୍ରହ୍ମ ରୂପେ ଉଭା ଜଗନ୍ନାଥ

ଦର୍ଶନେ ମୁକ୍ତି ମିଳିବ ‌।


ପରମାତ୍ମାଙ୍କର ଭାବ ଓ ସ୍ଵଭାବ

ଅନ୍ତର ଆତ୍ମାକୁ ଜଣା

ଅନ୍ତରରେ ପରା ଜଗନ୍ନାଥ ସତ୍ତା

ଜାଣ, ନ ହୁଅ ଅଜଣା ।


ଅନ୍ତର ଆତ୍ମାରେ ତୁମେ ଜଗନ୍ନାଥ

କି' ଲାଭ ଖାଲି କହିଲେ

ଅନ୍ତର ଆତ୍ମାକୁ ଭାବରେ ଚିହ୍ନିଲେ

ଜଗନ୍ନାଥ ପ୍ରାପ୍ତି ଭଲେ ।


ଅନାଦି ଅବ୍ୟୟ ବୀଜ ପରମାତ୍ମା

ମନେ ହେଜ ଭକ୍ତଗଣ

ସେହି ପରମାତ୍ମା ଚରଣେ ସମର୍ପଣ

ହେଉ କ୍ଷଣିକ ଜୀବନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics