STORYMIRROR

Samita Swain

Classics

3  

Samita Swain

Classics

ବାପା

ବାପା

1 min
203

 ପିତା ପରା ସ୍ବର୍ଗ ପିତାହିଁ ସମ୍ପଦ 

ପିତାହିଁ ପରମ ତପ ।।


ପିତାଙ୍କ ଚରଣେ କୋଟି ତୀର୍ଥ ସ୍ଥାନ 

ଜନ୍ମାନ୍ତରେ କ୍ଷୟ ପାପ।।


ଭୂମି ଠାରୁ ଭୂମା ଯାଏ ଜୀବନ ଯାତ୍ରାରେ

ସଂସାର ନଉକା ବାହି ଚାଲନ୍ତି ସଧୀରେ।।


କେତେ ଆଶା ସ୍ବପ୍ନରେ ସେ ନୀଡଟିଏ ରଚି

ସୁଖ ସବୁ ସୃଷ୍ଟି ପାଇଁ ରଖିଥାନ୍ତି ସଞ୍ଚି।।


ଅହରହ କାର୍ଯ୍ୟରତେ ଆନନ୍ଦ ତାଙ୍କର 

ସଂସାରରେ ସାରସେ'ତ ବାପାସେ ଆମର।।


ଆକାଶ ଠୁ ପରିବ୍ଯାପ୍ତ ତାଙ୍କର ହୃଦୟ 

ପୁଣ୍ଯ ପଲ୍ଲବରେ ଭରା ସଦା ଶ୍ରଦ୍ଧାମୟ।।


କଠୋର ଶାସନ ମଧ୍ଯେ ଥାଏ ସ୍ନେହାଶିଷ 

ତ୍ଯାଗ,ନିଷ୍ଠା,ଆଦର୍ଶ ର ମିଠା ଦୀର୍ଘଶ୍ବାସ।।


 ସର୍ବାଗ୍ରେ ପୂଜିତ ପିତା ସରଗଠୁ ବଡ

ଭରସାର ମହାଦ୍ରୁମ ସୁଉଚ୍ଚ ପାହାଡ।।


ଆଶୀର୍ବାଦ ହାତ ତାଙ୍କ ସ୍ପର୍ଶ ଅମୃତର

ପରମ ତପ ସେ ପିତା ଜୀବନ୍ତ ଈଶ୍ବର।।


ଶିକ୍ଷା ଦୀକ୍ଷା ସଂସ୍କାର ରେ ମାଟିରୁ ଆକାଶ 

ଦାୟିତ୍ୱ ଓ କର୍ତ୍ତବ୍ୟ ରେ ଅସରା ବିଶ୍ବାସ ।।


ଦୁଃଖ କୁ ସାଇତି ରଖି ନକରି ପ୍ରକାଶ 

ପ୍ରଶାନ୍ତି ଲଭନ୍ତି ମନେ ବାଣ୍ଟି ଦେଇ ହସ।।


ବାପାଙ୍କ ହୃଦୟ ଯେତିକି କଠୋର

ତା'ଠୁ ଅଧିକ କୋମଳ।।


ଆଶୀର୍ବାଦ ହାତ ରୁହେ ଯା ମସ୍ତକେ

ଥାଏ ତାର ପୁଣ୍ୟ ବଳ।।

   --



Rate this content
Log in

Similar oriya poem from Classics