STORYMIRROR

Samita Swain

Romance

4  

Samita Swain

Romance

ପ୍ରେମର ମନ୍ଦିରେ

ପ୍ରେମର ମନ୍ଦିରେ

1 min
416

ପ୍ରେମର ମନ୍ଦିରେ ପ୍ରୀତିଫୁଲ ଦେଇ 

   ନୈବେଦ୍ଯ ଦେଇଛି ବାଢି

ସ୍ନେହସିକ୍ତ ମନେ ସଜେଇ ଦେଇଛି

    ଧୂପ, ଦୀପ ଧାଡିଧାଡି।।


ପ୍ରେମର ସହରେ ଘରଟେ ତୋଳିଛି

    ଭାବସିକ୍ତ ଅର୍ଘ୍ଯ ଢାଳି

ଫଗୁଣ ରଙ୍ଗରେ ରଙ୍ଗେଇ ଦେଇଛି

   ମମତା ସୁରଭି ବୋଳି।।


ପ୍ରେମର ଓଢଣା ମଥାରେ ଟାଣିଛି

   ଲାଜର ଗହଣା ପିନ୍ଧି

କପାଳେ ଥାପିଛି ସିନ୍ଦୂରର ଟୀକା

   ମନକୁ ଦେଇଛି ବାନ୍ଧି।।


ପ୍ରେମର ଚିଠିକୁ ହୃଦୟେ ଲେଖିଛି

    ଅଜସ୍ର ଆପଣାପଣେ

ପୂର୍ଣ୍ଣତା ପ୍ରାପ୍ତିର ଶୂନ୍ୟତା ପଥରେ

    ଠିକଣାର ସମର୍ପଣେ।।


ପ୍ରେମ ଫରୁଆ ରେ ସାଇତି ରଖିଛି

    ସାଧନାର ସୁଖ ଯେତେ

ତ୍ଯାଗ ସଳିତା ରେ ଦୀପାଳୀ ଜାଳିଛି

    ଆବେଗର ଦୁଇ ହାତେ।।


ପ୍ରେମର ପାତ୍ରରେ ଭରି'ତ ଦେଇଛି

   ପାପ,ପୁଣ୍ୟ ସବୁ ଯେତେ

ଯୌବନରୁ ଜରା ସରି ଯିବ ଦିନ

   ଶାନ୍ତିର ଅମୃତ ପଥେ।।


ପ୍ରେମର ପୁଲକେ ଆଖିର ପଲକେ 

   ନିସର୍ତ୍ତ ସଉଦା କରି

ଜୀବନର ଚିତ୍ର ଆଙ୍କିଦେଇ ଯିବି

   ସରଳ ରେଖା ଟି ପରି।।


ପ୍ରେମର ଉଦ୍ଯାନେ ମର୍ତ୍ତ୍ୟର ଭୁବନେ

    ହୋଇ ପାରିଜାତ ପୁଷ୍ପ 

ଫୁଟୁଥିବି ନିତି ପୁଣ୍ଯ ପାର୍ବଣରେ

    ହେବା ଯାଏ ସ୍ବର୍ଗବାସ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance