STORYMIRROR

SUJATA DAS

Romance

3  

SUJATA DAS

Romance

ତୁମେ ଆଉ ମୁଁ

ତୁମେ ଆଉ ମୁଁ

1 min
395


ଲେଖନ୍ତନି କବି

  ଭାବନାରେ ହଜି

   କବିତାଟିଏ ମୋ ପାଇଁ

କରନ୍ତିନି ଅଳି

  ରାତି ପାଶେ ଯାଇ

   ଶାନ୍ତିରେ ଯାଆନ୍ତି ଶୋଇ.

ଶବ୍ଦ ସବୁ ଆସି

 ପ୍ରଜାପତି ପରି

   ଗାଆନ୍ତେ ମଧୁ ସଂଗୀତ

ମହକି ଯାଆନ୍ତା

 ମୋ ଶେଜ ସୁପାତି

  କ୍ଲାନ୍ତି କରି ନିର୍ବାସିତ.

ଲୋଡ଼ା ନାହିଁ ସ୍ୱପ୍ନ

  ଭରିବାକୁ ରଙ୍ଗ

   ସାରାରାତି ଅଭିସାରେ

ଭରିଛି ହୃଦୟ

  ପ୍ରୀତି ସ୍ପର୍ଶ ତୁମ

   ଅଭୁଲା ଅଲିଭା ଗାରେ.

ନିଦ ଟିକେ ପାଇଁ

  ରାତିପାଶେ ଯାଇ

   କରିଛି କେତେ ମୁଁ ଅଳି

ଝରିଛି ଲୋତକ

  କେଜାଣି କେତେ ଯେ

   ଉଜାଗରେ ଦୀପ ଜାଳି

ତୁମେ ଯାଦୁଗର

  ଶବ୍ଦର ସହରେ

   ହୃଦ ଉପବନ ମାଳୀ

ତୁମ ଲେଖନୀରେ

  ଅପୂର୍ବ ପ୍ରଶାନ୍ତି

   ହୃଦୟ ପାରିଛି କଳି.

ଅନ୍ଧାର ଆସିଲେ

  ଶୂନ୍ୟତା ଭରଇ

   ଲାଗେ ଭାରି ଏକା ଏକା

ଖଦ୍ୟୋତିକା ସାଜି

  ଶବ୍ଦର ଆଲୋକ

   ସାଜନ୍ତ ମୋ ପ୍ରାଣସଖା.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance