ସ୍ୱପ୍ନ ଥିଲା ତୁମେ ତ ନଥିଲ
ସ୍ୱପ୍ନ ଥିଲା ତୁମେ ତ ନଥିଲ
ମେଞ୍ଚା ମେଞ୍ଚା ନିଦ ମୋ ଆଖିରେ
ସ୍ବପ୍ନଟିଏ ତୁମେ ଗୁଞ୍ଜି ଦେଲ
ନିଶ୍ଚଳ ନିରବ ଲାଜୁଆ ମନକୁ
ଛୁଇଁଦେଇ ଚହଲେଇ ଦେଲ
ତାରଙ୍ଗାୟିତ ସ୍ନାୟୁ ଗ୍ରନ୍ଥି ମାନଙ୍କରେ
ଗୁନ୍ଥି ହୋଇଗଲା ଗୁଚ୍ଛା ଗୁଚ୍ଛା
ଆଶା ପିପାଷାର ଅପାଶୋରା ଅଭିଶାର
ସରି ଆଶୁଥିଲା ଯେବେ ରାତି
ଛାତି ତଳେ ତାତି ଥାପି
ଲୋଚା କୋଚା ବିଛଣା ଚାଦର ଚାପି
ସ୍ପନ୍ଦନ ରେ ସ୍ୱାଦ ଖଞ୍ଜିଦେଲ
ସ୍ବପ୍ନଟିଏ ତୁମେ ଗୁଞ୍ଜିଦେଲ।।
ବୋଳିଦେଲ ବହଳିଆ ଲେପ
ଦେହ ଦେହେ ଦହନ ପ୍ରୀତିର
ଅଳପ ଅସ୍ପଷ୍ଟ ଓଷ୍ଠ ସଞ୍ଚାଳନେ
କହି କିବା ପୀରତି ମନ୍ତର
ଜଡ଼ିଭୁତ କରି ଅବୟବ ଭାବ
ଆବେଗ ଅଭାବ ଆତୁର ପ୍ରୀତିକୁ
ପ୍ରତିକ୍ଷାର ସୂକ୍ଷ୍ମ ସୂତ୍ରେ ଗୁନ୍ଥି
ନିଃଶବ୍ଦ ପ୍ରତିଶ୍ରୁତି କହିଗଲ
ବାରମ୍ବାର ସ୍ପନ୍ଦନ କମ୍ପନ
ଘନୁ ଘନତର ତୀବ୍ରତା କୁ
ଚହଲେଇ ଅପସରି ଗଲ
ସ୍ୱପ୍ନ ଥିଲା ତୁମେ ତ ନଥିଲ ।।

