STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ଚଉପଦୀ-୧୭ (ସେତେ ପାଇବିକି)

ଚଉପଦୀ-୧୭ (ସେତେ ପାଇବିକି)

1 min
134


ସତେ ପାଇବିକି ସୁନା ଗୋରୀକି

ଏମିତି ସୁନ୍ଦରୀ ଦେଖି ମୁଁ ନଥିଲି 

ବଳି ଦିଶଇ ଅପସରୀକି, 

ସତେ ପାଇବିକି ସୁନା ଗୋରୀକି ।।


ଚଉଦ ଭୁବନ ମିଶି ରାତି ଦିନ 

ବୟଷୀ ନବୀନ ବାଳା

ଉରଜ ସରୋଜ କଢୀ ଢଳ ଢଳ

ସତେକି ପ୍ରେମ ପସରା

କୁଞ୍ଚ କୁନ୍ତଳା ତରଙ୍ଗ ଜଳ ରାଶି

ନୀରଜ ନୟନୀ ରସିବକି

ସତେ ପାଇବି କି,ସୁନା ଗୋରୀକି ।।


କେତେ କାଳ ବସି ଗଢିଥିଲା ବିହି

ଚପଳା ଚଞ୍ଚଳା ଦେହୀ

ପିତୁଳା ଲବଣୀ ସେ ନୀଳ ନୟନୀ

ମନକୁ ନେଇଛି ମୋହି

କି ମୋହିନୀ ମନ୍ତ୍ରେ ମୁଗ୍ଧ ସେ କରିଛି

କେମିତି ବା ଭୁଲି ପାରିବିକି,

ସତେ ପାଇବିକି, ସୁନା ଗୋରୀକି ।।


ଚୋରା ମଳୟ ର ପ୍ରବାହ ଲାଗିଲେ

ବାସି ଚନ୍ଦନ ମହକ 

ତେମନ୍ତେ ଯୌବନ ମଳୟ ଛୁଆଁ ରେ

ଦିଶେ ଅପରୂପ ରୂପ

ସ୍ଵପ୍ନେ ଜାଗରଣେ ତା ଛବି ପ୍ରତିତ

କହ ମୁଁ କେମିତି ଭୁଲିବି କି 

ସତେ ପାଇବି କି, ସୁନା ଗୋରୀ କି ।।


ତା କଥା ଆଳାପ କୋକିଳର ଗୀତ 

ଝରେ ମଧୁର ପୀୟୂଷ

ବାସ ଚହଟାଇ ମହକେ ପ୍ରଣୟ 

ଶେଖରୀ ନବ ବାଳୀଶ

ଏ ଜୀବନେ ନାହିଁ ଆଶା ତା ବିହୁନେ 

କେମିତି ବା ପ୍ରାଣ ଧରିବି କି

ସତେ ପାଇବିକି, ସୁନା ଗୋରୀକି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance