Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagabat Sahoo

Romance

3  

Bhagabat Sahoo

Romance

ନୀଳ ଆକାଶର କଳାମେଘ ତୁମେ

ନୀଳ ଆକାଶର କଳାମେଘ ତୁମେ

1 min
142



ନୀଳ ଆକାଶର କଳାମେଘ ତୁମେ

ବୁଲୁଅଛ ଭାସି ଭାସି

ତୁମକୁ ଖୋଜିଲେ ଦୂରେ ଥାଇ ତୁମେ

ଦିଅ ଗୋ ମୁରୁକି ହସି !

ଝରିବ ଝରିବ ତୁମ ପ୍ରେମ ବାରି

ନିଇତି ଭାବେ ମୁଁ ବସି

ବୁନ୍ଦାଟାଏ ସୁଦ୍ଧା ତୁମେ ଝର ନାହିଁ

ଶୋଷରେ ମୁଁ ମରୁଅଛି !

ତୁମକୁ ମୋହର ପାଖରେ ପାଇବି

ଭରସାରେ ଅଛି ବଞ୍ଚି

କେବେ ଢାଳିଦେବ ପ୍ରେମ ବାରିଧାରା

ତୁମେ ମୋ ଉପରେ ଆସି !

ଶୁଷ୍କ ତନୁ ମୋର ପ୍ଲଲବିତ ହେବ

ସିଞ୍ଚିବ ପୀୟୁଷ ପ୍ରୀତି

ବିକଶି ଉଠିବ ରୂପ ସବୁଜିମା

ଭାବନାରୁ ହେଲେ ମୁକ୍ତି !

ଅପେକ୍ଷା କରିଛି ଆଗମନ ତବ

ବିଶ୍ୱାସ ଭରସା ରଖି

ନିଶ୍ଚୟ ଢାଳିବ ପ୍ରେମ ବାରି ଦିନେ

ତୁମେ ଆସି ହସି ହସି ।



Rate this content
Log in

Similar oriya poem from Romance