STORYMIRROR

Bhagabat Sahoo

Others

4  

Bhagabat Sahoo

Others

ଅଦୃଶ୍ୟ ତ ଭବିଷ୍ୟତ

ଅଦୃଶ୍ୟ ତ ଭବିଷ୍ୟତ

1 min
259


ଅତୀତ ହଜିଛି ସମୟ ସ୍ରୋତରେ 

ଵର୍ତମାନ ନେଇ ବଞ୍ଚ 

ଆସନ୍ତା କାଲିକି କିଏସେ ଦେଖିଛି 

ଅଦୃଶ୍ୟ ତ ଭବିଷ୍ୟତ !!

ଆଜି ଯାହା ତୁମେ ଭାବୁଛ କରିବ

ଵର୍ତମାନ ତାକୁ କର 

ଏବେ କାମ ଯେବେ ଏବେ ନ କରିବ

ଆଗକୁ ହେବନି ବେଳ !!

ଜୀବନ ଟା ଅଟେ ସଦା ଅନିଶ୍ଚିତ 

ଭରସା ତାକୁ ନ ରଖ 

ଚଳନ୍ତି ବାଆ ତା ଅଟକିଲା ପରେ 

ଘଡିକରେ ହେବ ଶେଷ !!

ପାଇବାର ଆଶା ଯେତେ ରଖୁଥିବ 

ସେତିକି ପାଇବ ଦୁଃଖ  

କାମନା ଅଟ ଇ ଦୁଃଖର କାରଣ 

କର ତାକୁ ବିବର୍ଜିତ !!

ଜୀବନର ସବୁ ମନ୍ଦ କର୍ମ ଛାଡି 

ସତ୍ୟ ପଥେ ଚାଲି ଶିଖ 

ସଂସାର ର ମୋହ ମାୟା ତ୍ୟାଗ କରି 

ବିଭୁ ପାଦେ ମଥା ରଖ!!

ଜୀବନେ ଆନନ୍ଦ ଶାନ୍ତି ତ ପାଇବ 

ଆତ୍ମା ହେବ ପାପ ମୁକ୍ତ 

ମଣିଷ ଜନ୍ମ ରୁ ମୁକତି ଲଭିବ 

ଲଭିବ ଅସୀମ ସୁଖ !!



Rate this content
Log in