STORYMIRROR

Bhagabat Sahoo

Others

4  

Bhagabat Sahoo

Others

ଆସିଲେ ଫେରିବା ବିଧିର ବିଧାନ

ଆସିଲେ ଫେରିବା ବିଧିର ବିଧାନ

1 min
283


ଆସିଲେ ଫେରିବା ବିଧିର ବିଧାନ 

କେହି ଅଟକେନି କଉଠି 

ବନ୍ଧୁର ଘରକୁ ଆସି ବନ୍ଧୁ ଫେରେ 

ହୋଇ ଦୁଇ ଦିନ ଅତିଥି !!

ତୁମେ ଆସିଥିଲ ଏ ଧରା ଧାମକୁ 

ହେ ଦିହଜାର ଚବିଶି 

ତୁମ କାର୍ଯ୍ୟକାଳ ଆଜିଠୁଁ ସରିଲା 

ଚାଲି ଯାଅ ଏଠି ଛାଡିକି!!

ଆସିଲା ଦିନରୁ ଏହି ଦୁନିଆକୁ 

ଯାହା ଦୁଃଖ ଦେଲ ସଭିଙ୍କି 

କେହି ଭୁଲିବେନି ତୁମରି କାହାଣୀ 

ସବୁଦିନେ ମନେ ଥିବ ଟି!!

କେତେଯେ ଘଟଣା କେତେଦୃଘଟଣା 

ନିତୀ ତୁମ ବେଳେ ଘଟିଛି 

ଯୁଦ୍ଧ ବିଭୀଷକା ସାରା ପୃଥିବୀ କୁ 

ଭୟ ଭିତ କରି ରଖିଛି !!

କାହା ପାଇଁ ତୁମେ ହେଲ ମାଘ ମାସ 

କାହାର ପୌଷ ହେଲଟି 

ଚାଷୀ ର ଉପରେ କୁରାଢ଼ୀ ମାରିଲ 

ଅଦିନରେ ମେଘ ଢାଳିକି!!

ତୋର ଅତ୍ୟାଚାର ସହି ନ ପାରିଣ 

ଚାଷୀ ଆତ୍ମହତ୍ୟା କରିଛି 

ଋଣ ଭାର ତଳେ ତାର ପରିବାର 

ଉପାସ ଭୋକରେ ସଢ଼ନ୍ତି !!

କର୍ତ୍ତବ୍ୟ ତୁମର ତୁମେ କରିଗଲ 

ତୁମେ ନିଜେ ଭଲ ଭାବିକି 

ଦୁନିଆ ତୁମକୁ କରେ ଉପହାସ 

ସଭିଁଏ ତୁମକୁ ନିନ୍ଦନ୍ତି !!

କଳି କରୁ ନାହୁଁ ଗାଳି ଦେଉ ନାହୁଁ 

ମେଲାଣି ଦେଉଛୁ ମିଶିକି 

ଆସିଥିଲ ବନ୍ଧୁଯେଉଁ ବାଟେ ବାଟେ  

 ଚାଲି ଯାଅ ଫେରି ସେଠି କି !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍