STORYMIRROR

Bhagabat Sahoo

Others

4  

Bhagabat Sahoo

Others

ଉଡିଯା ଆ ରେ ପ୍ରଜାପତି =============

ଉଡିଯା ଆ ରେ ପ୍ରଜାପତି =============

1 min
219

ଉଡ଼ିଯାଆ ରେ ପ୍ରଜାପତି 

ଡେଣା ଝାଡ଼ି ଝାଡ଼ି 

ତୋ ଦେହର ସବୁ ରଙ୍ଗ 

ଦେଇତୁହି ଝାଡ଼ି !!

ଏ ଫୁଲ ରୁ ସେ ଫୁଲ କୁ 

ଯାଆ ଉଡି ଉଡି 

ସରାଗରେ ବସ ଯାଇ 

ତୁହି ଫୁଲ କଢ଼ି !!

ଫୁଲ ମାନେ ଡାକୁ ଥିବେ 

ପଵନରେ ହଲି 

ମନା କରି ଦେଇ ତାଙ୍କୁ 

ଦୂରେ ଯାଆ ଚାଲି !!

ଲତା ଅବା ପତର ରେ 

ବସି ଖେଳ ଦୋଳି 

ସେ ଠାରୁ ଯିବୁ ପଳେଇ 

ଛୁଆ ଗଲେ ଧରି !!

 ଛପି ଛପି ଶିଶୁ ଆସି 

ନେଇ ତୋତେ ଧରି 

ଖେଳିବ ତୋସାଥେ ଖେଳ 

ଗାଁ ଦାଣ୍ଡେ ବୁଲି !!

ଧରି ନେଲେ ରଙ୍ଗ ତୋର 

ଯିବ ସବୁ ଛାଡି 

ଛୁଆ ସେହି ଜାଣେ ନାହିଁ 

ଦେବ ତୋତେ ମାରି !!

ନ ହୁଅ କାହାର ବନ୍ଦୀ 

ଆଲୋ ହେ ତିତିଲି 

ଉଡୁଥାଆ ସେହି ପରି 

ଡେଣା ତୋର ଝାଡ଼ି!!

ଜୀବ ତୁ ଛୋଟ ଟି ସିନା 

ସୁନ୍ଦରୀ ତୁ ଭାରି 

ସଭିଙ୍କର ମନ କିଣୁ 

ତୁହି ଉଡି ଉଡି !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍