STORYMIRROR

Bhagabat Sahoo

Others

4  

Bhagabat Sahoo

Others

ଆଜିରେ ଆସିଛି ନୁଆ ସକାଳ

ଆଜିରେ ଆସିଛି ନୁଆ ସକାଳ

1 min
385


 ଆଜିରେ ଆସିଛି ନୁଆ ସକାଳ 

ନୁଆ ବରଷ 

ଉଠରେ ସଭିଁଏ ଛାଡି ଅଳସ 

ହୁଅ ପ୍ରସ୍ତୁତ !!

ସବୁ ମିଳି ମିଶି ହେବା ଏକାଠି 

ମିଳାଇ ହାତ 

ମିଳି ତ କରିବା ତାଙ୍କୁ ସ୍ୱାଗତ 

ଦେଇସ୍ତବକ !!

ବନ୍ଦେଇବା ଜାଳି ଧୂପ ଓ ଦୀପ 

ନୁଆ ବରଷ 

ଗାଇବା ରେ ମିଶି ସ୍ୱାଗତ ଗୀତ 

ଜୟ ଭାରତ !!

ଦେଶ ଜାତି ପାଇଁ କରିବା ହିତ 

ନେବା ଶପଥ 

ମନେ ରଖିବାନି ହିଂସା କପଟ

ଆମେ କେହିତ !!

ଶତ୍ରୁ ପାଇଁ ଆମେ ହୋଇବା ବଇରୀ 

ନେବା ରକତ 

ଦୁଃଖି ରଙ୍କି ସେବା ଆମେତ କରିବା 

ମିଳିମିଶିତ !!

ଦେଶର ପ୍ରଗତି ଆମରି ଉନ୍ନତି 

ଆମର ବ୍ରତ 

ଆମରି ଏକତା ଆମରି ସାହସ 

ଦେଶ ମହତ !!

ନାଚିବା ଗାଇବା ଖୁସି ମନେଇବା 

ଆଜି ଦିନ ତ 

ବଣଭୋଜୀ କରି ଆନନ୍ଦେ ଖାଇବା 

ହୋଇଣ ସାଥ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍