STORYMIRROR

Bhagabat Sahoo

Others

4  

Bhagabat Sahoo

Others

ଇଏ କେମିତିକା ନୁଆ ବରଷ =================

ଇଏ କେମିତିକା ନୁଆ ବରଷ =================

1 min
12


ନୁଆ ବରଷରେ ନୁଆ ବରଷ 

ତୁହି ତ ଆସୁଛ ସବୁ ବରଷ 

ନୁଆ ବୋଲି କିଛି ଦେଖିତେ ମିଳେନା 

ଦେଖୁଛି ପୁରୁଣା ସବୁ ଏଠିତ !!

ନିଇତୀ ତ ସୂର୍ଯ୍ୟ ଗାଆଁ କୁ ଆସନ୍ତି 

ରାତିରେ ଉଁ ଅନ୍ତି ଚନ୍ଦ୍ରମା ସେତ  

ଅମାବାସ୍ୟା ଆଉପୁର୍ଣିମା ହେଉଛି 

ଗୋଟେ ପକ୍ଷ ପରେ ସେ ଅନ୍ୟ ପକ୍ଷ !!

ବାର ମାସେ ପୁଣି ଷଢ଼ ଋତୁ ହୁଏ 

 ରହିଛନ୍ତି ସବୁ ବାର ତ ସାତ 

ଇଏ କେମିତିକା ନୁଆ ବରଷ ଏ 

ନୁଆ ଏଠି କୁହ ହୋଇଛି କିସ !!

ବଦଳେଜା ଏଠି କେଲେଣ୍ଡ ର ପରେ 

ମସିହା ଓ ସାଲ ଅଙ୍କ ବରଷ 

ସଭିଙ୍କ ମନର ଅନ୍ଧ ବିଶ୍ୱାସ ଏ 

ବଦଳିବ ଦିନେ ଭାଗ୍ୟର ଚକ୍ର !!

ପଶ୍ଚିମ ରୁ ଭାଗ୍ୟ ପୁରୁବେ ଘୁରିବ 

ପୁରିବ କାମନା ମନର ବାସ 

ଦେବତା ପରିକା ପୂଜାସେ ପାଇବ 

ସବୁ ହେବେ ତାକୁ ତ ଯୋଡ ହସ୍ତ !!

ଧୂଳି ମାଟି ଛାଡି ଆକାଶେ ଉଡ଼ିବ 

ଲାଗିବ ତା ଦେହେଦୁଇଟି ପଙ୍ଖ

ଭିକାରୀ ରୁ ପୁଣି ରାଜା ହୋଇଯି ବ  

ଶୀରେ ଥିବ ରାଜ ରାଜୁଡା ଛତ୍ର!!

ନିଜ ଜାତି ଆଉ ସଭ୍ୟତା କୁ ଭୁଲି 

 ଗୋଲାମୀ କରୁଛି ରଖିବ ଟେକ 

କରଜ କରିସେ ଖୁସି ମନ ଉଛି 

ଖାଇପିଇଦେଇ ମଦ ମାଉଁସ !!

ଚୁଲିରେ ସିଆଡେ ବିଲେଇ ଶୋଇଛି 

ପିଲା ଛୁଆସବୁ ଘରେ ଓପାସ 

ମଦ ନିଶା ଭୋଳେ ଡିଣ୍ଡିମ ପିଟୁଛି 

ଆସିଛିଦେଶ କୁ ନୁଆ ବରଷ !!

ନିଜେ ଭୁଲି ଯାଇ ନିଜ ସ୍ୱଭିମାନ 

ଓଡ଼ିଆ ଜାତିର ନୁଆ ବରଷ 

ଯେଉଁଦିନ ହୁଏ ଦେବା ଦେବୀ ପୂଜା ପାଣି ପାଇ ଥାନ୍ତି ପୂର୍ବା ପୁରୁଷ !!

ନୁଆ ପଞ୍ଜିକାରେ ଗଣନା ହୁଅଇ 

ବରଷ ଜାକର ଭାଗ୍ୟ ଭବିଷ୍ୟ 

ବାର ତିଥି ସବୁପଢିତ ଶୁଣା ନ୍ତି 

ଗାଁ ଗାଁ ବୁଲି ଆସି ଯୌତିଷ!!

ଆସ ଫେରିଆସ ଆମ ସଂସ୍କୃତି କୁ 

ଓଡ଼ିଆ ଜାତିର ରଖରେ ଟେକ 

ଆମେ ରେ ପାଳିବା ଆମ ନୁଆ ବର୍ଷ 

ପଣା ସଂକ୍ରାନ୍ତିକୁ ବୈଶାଖ ମାସ 

ସ୍ୱାଧୀନ ଦେଶର ନାଗରିକ ଆମେ 

ମହାନ ଆମରି ଭାରତ ଦେଶ 

ଅନ୍ୟ ସଂସ୍କୁତି କୁ ଭୁଲିଯିବା ଆମେ 

ରଖି ବାକୁ ଜାତି ମାନ ମହତ !!


ଦୁଇଶହ ବର୍ଷ ତୋତେ ଜେ ଲୁଟିଲା 

ଦେଇ ପରାଧୀନ କଷ୍ଟ !!

 ମନେ ରହଖିଛୁନା ତୋ ନୁଆ ବର୍ଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍