ମକର ===================
ମକର ===================
ହିନ୍ଦୁ ସଂସ୍କୃତିର ବଡ଼ ପରବ ଏ
ଅଟେ ମକର
ଦେଶ ନେଇ ନାଁ ଅଟେ ଏହାର
ଅନ୍ୟ ପ୍ରକାର !!
ମହାସମାରୋହେ ପାଳନ ହୁଅଇ
ସବୁ ରାଜ୍ୟର
ଲାଗେ ଭଳି ଭଳି ଜାନି ଓ ଯାତରା
ତ୍ରିର୍ଥ କ୍ଷେତ୍ରର!!
ଆମ ଓଡିଶା ର ଚଳଣି ଏହାର
ଉଚ୍ଚ କୋଟିର
ମକର ପାଦୁକା ବ୍ରାହ୍ମଣ ଦିଅନ୍ତି
ପ୍ରତି ଘର ର !!
ସବୁ ଦେବା ଦେବୀ ପୂଜା ପାଇଥାନ୍ତି
ସବୁ ଗାଁ ର
ଚୁଡା, ଖଜା ଆଉ ଉଖୁଡାର ଭୋଗ
ଖାଏ ଠାକୁର !!
ବାଟ ଭିକାରି ଏ ମାଗିତେ ଆସନ୍ତି
ଆଜି ଚାଉଳ
ମୁଢି,ଚୁଡା,ଖଜା, ଉଖୁଡା,ନିଅନ୍ତି
ମାଗି ଖୁସିର !!
ବିଲ ଧାନ କାଟି ଚାଷୀ ଆନନ୍ଦରେ
ବସି ପିଣ୍ଢା ର
ଖଜା, ଚୁଡା, ମୁଢି, ଉଖୁଡା, ଖାଏ ସେ
ଚଣା ସାଙ୍ଗ ର !!
ଆଜି ଠାରୁ ଦିନ ବଡ଼ ହୋଇଥାଏ
ଗୋଟେ ଚକର
ମାଘ ମାସେ ଶୀତ ହୁଏ ଦୁଇ ଗୁଣ
ଅଛି କଥାର !!
