STORYMIRROR

Bhagabat Sahoo

Others

4  

Bhagabat Sahoo

Others

ବଦଳି ଯାଇଛି ଠାଣି ଗାଁ ର =================

ବଦଳି ଯାଇଛି ଠାଣି ଗାଁ ର =================

2 mins
321

ବଦଳିଛି ଯାଇଛି ଠାଣି ଗାଁ ର 

ଗାଁ ଲାଗେ ସବୁ ଏବେ ସହର 

ସବୁ ଜିନିଷ ତ ଗାଁ ରୁ ମିଳୁଛି 

ହେଉ କମ ବେଶି ବା ଚଢ଼ା ଦର !!

ଗାଁ ମାନଙ୍କରେ ଲମ୍ବିତଯାଇଛି 

କଂକ୍ରିଟ ସଡ଼କ ଘରକୁ ଘର 

ଗାଁ ରୁ ଲମ୍ବିଛି ପକା ସଡ଼କ ତ 

ତାଙ୍କ ପାଖା ପାଖି ଥିବା ସହର !!

ଚାଲିବାକୁ କେହି ଭଲ ପାଉନାହିଁ 

ଘୁରିସେ ବୁଲୁଛି ଗାଡି ମଟର 

ଅଯଥା ଖରଚ ସଭିଙ୍କର ବଢ଼େ 

ଘରେ ଥାଉ ଥାଉ ତା ସାଇକେଲ !!

କାହା ଘରେ ଆଉ ଡିବିରୀ ଜଳୁନି 

ବିଜୁଳି ଝଟକେ ସେ ଝଲ ମଲ 

ଚୁଲିରେ କାହାର ରୋଷେଇ ହେଉନି 

ସବୁ ତ ରାନ୍ଧନ୍ତି ସେ ଗ୍ୟାସର !!

ଗାଁ ମାନଙ୍କରେ ଦେଖା ଯାଉ ନାହିଁ 

ମଥା ନୁଆଁ ଣିଆ ଚାଳ ଛପର 

ଘର ଚଟିଆ ତ ଚାଳ ମଥାନରେ 

ରହୁତ ନାହାନ୍ତି କରିଣ ଘର !!

ଘରକୁ ସୁନ୍ଦର ଉଚ୍ଚ ପିଣ୍ଢା ଆଉ 

ନାହିଁତ କାହାର ଆଉ ଦାଣ୍ଡ ର 

ବାଟ ଗଲା ଲୋକ ଘଡିଏ ବସିବ 

ମେଣ୍ଟି ଯିବା ପାଇଁ ଥକା ତାହାର !!

ବିଲ କଟା ଧାନ ଖଳାକୁ ଆସୁନି 

ଚଞ୍ଛା ଯାଉନାହିଁ ଖଳା କାହାର 

ଖଳାରେ ତ ଆଉ ବେଙ୍ଗଳା ପଡୁନି 

ନାହାନ୍ତି ବଲଦ ଗାଁ ଗଣ୍ଡାର !!

ବିଲରେ କଚଡ଼ା କଟା ଯାଉନାହିଁ 

ଛାଇ ବାକୁ ନାହିଁ ଘର କାହାର 

କୁଟା ଲୋଡ଼ା ନାହିଁ ଗୋରୁତ ନାହାନ୍ତି 

ନାହିଁତ କାହାର କାହିଁ ଗୁହାଳ !!

ଗାଁ ମାନଙ୍କରେ ଧାନ ଊଂଶା ନାହିଁ 

କରି ରଖିବାକୁ ଘରେ ଚାଉଳ 

ମାଟି ହାଣ୍ଡି ରନ୍ଧା ଆଉ କାର ନାହିଁ 

କଳା ଲାଗୁନାହିଁ ବୋହୁ ହାତର !!

ଖରା କି ବର ଷା ଶୀତ ବାଜୁନାହିଁ 

ଆଜି କାଲି ଆଉ ଚାଷୀ ଦେହର 

କଳ ମେସିନି ରେ ସବୁ କାମ କରେ  

କଟା ରୁଆ ବୁଣା ହେଉକି ହଳ !!

ଘର ଲିପା ପୋଛା ନାହିଁତ କାହାର 

ପ୍ରାୟ ଘର କାନ୍ଥ ଅଟେ ପକ୍କାର 

ବାଡ଼ି ଓ ବଗିଚା ହଣା ମରା ନାହିଁ 

କରୁତ ନାହାନ୍ତି କେହି ଫସଲ !!

ଆଧୁ ନିକତା ର ଦ୍ୱାହି ଦେଇ ସବୁ 

ଟୋକା ଠାରୁ ବୁଢା ସବୁ ବେକାର 

କୋଢିଆ ପଣକୁ ଆପଣେଇ ନେଇ 

ସଢୁ ଛନ୍ତି ଆଜି ସବୁ ରୋଗର !!

ଏମିତି ଚଳଣି ଯଦି ସଦା ରୁହେ 

କେହି ରହିବେନି ଆଉ ଭଲର 

ବସିତ ଖାଇଲେ ନଈ ବାଲି ସରେ 

ବଢିବ ଦେଶର ଋଣ ର ଭାର !!

ବଦଳାଅ ସବୁ ନିଜର ଚଳଣି 

ସମାଜ ସଂସାର ରହିବ ଭଲ 

କେହି ମରିବେନି ଅଳ୍ପ ବୟସରେ 

ପଡି ପୁଣି କେହି ଆଉ ରୋଗର!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍