STORYMIRROR

Bhagabat Sahoo

Others

4  

Bhagabat Sahoo

Others

ଆହେ ଦିନ ନାଥ ତୁମେପରା ଆସ

ଆହେ ଦିନ ନାଥ ତୁମେପରା ଆସ

1 min
299


ଆହେ ଦିନ ନାଥ ତୁମେପରା ଆସ 

ନିଇ ତି ସକାଳୁ ଚାଲି 

ବାସି ଶେଜରୁତ ମୋତେ ଉଠାଉଛ 

ଆମ ରି ଦରଜା ଠେଲି !!

ପହିଁଲି ତୁମର ନାଲିଆ କିରଣ 

ମୋ ପରେ ଦେଇ ଢାଳି 

ବିଛଣା କୁ ଛାଡି ଦାଣ୍ଡକୁଯିବାକୁ 

ଡାକୁଛ ଦେଖିବି ବୋଲି !!

ଆସିମୁହିଁ ଦେଖେ ଗାଁ ଦାଣ୍ଡଠାରେ  

ଯାଇଥାଅ ତୁମେ ଖେଳି 

ବିଲ ବଣ ନଈ ନାଳ ଓ ପାହାଡ଼ 

ସବୁଠାରେ ଥାଅ ପଡି !!

ଶିଖାଅ ତ ମୋତେ ଚଞ୍ଚଳ ତୁ ହୁଅ 

ଅଳସ ଦେଏରେ ଛାଡି 

ହେଲେ ତତପର ଶରୀର ତୋହର 

ସୁସ୍ଥତା ରହିବ ବୋଲି !!

ଦିନଟା ଯାକତ ମୋ ପାଖରେ ଥାଅ 

ଭଳି ଭଳି ରୂପ ଧରି 

କେବେ ତ କୋମଳ କେବେ ତ ଉତ୍ତାପ 

ଦେହରେମୋ ଦିଅ ଭରି !!

ସହିବା କୁ ଶକ୍ତି ଶିଖାଅ ତ ମୋତେ 

ଖୁସି ରେ ରହିବି ବୋଲି 

କଷ୍ଟ ରୁପି ତାପ ଆସିଲେବି ଯେତେ 

ନଯିବାପାଇଁ ମୁଁ ଡରି !!

ତୁମେତ ଶିଖାଅ ଶୁଭ୍ରତାରେ ରୁହ 

ସମନତା ରଖ ଭରି 

ସଭିଙ୍କ ର ତୁମେ ହେବ ପ୍ରିୟ ପାତ୍ର  

ସଭିଁଏ ହୋଇବେ ଝୁରି !!

କରେମୁଁ ଶପଥ ତୁମରି ପଦାଙ୍କ 

କେବେ ଯିବନାହିଁ ଛାଡି 

ଦୁଃଖରସେ କଳା ବଉଦକୁ ଦେଖି 

ପଛକୁ ଯିବିନି ଫେରି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍