ତୁମରି ଆଶିଶେ ଗଜରେ ବୁଦ୍ଧି
ତୁମରି ଆଶିଶେ ଗଜରେ ବୁଦ୍ଧି
ତୁମରି ଆଶିଶେ ଗଜ ରେ ବୁଦ୍ଧି
ପଲ୍ଲବୀତ ହୁଏ ଜ୍ଞାନ ପାଦପ ।
ତୁମରି ଆଶିଷ ଗଜ ରେ ବୁଦ୍ଧି
ଗଣ୍ଡ ମୂର୍ଖ ବ୍ୟକ୍ତି ଅଶେଷ ସିଦ୍ଧି ।
ଲଭେ ତୁମ୍ଭ କୃପା ପାଏ ଯେ ଜନ
ଦୂର ହୁଏ ତାର , ଦୁଃଖ , ଅଜ୍ଞାନ ।
ତୁମରି ଆଶିଷ ଗଜ ରେ ବୁଦ୍ଧି
ରକ୍ଷା କର ହରି କୁମ୍ଭୀର ବଧି ।
ଅତି ଆର୍ତ୍ତ ହୋଇ କଲା ଚିତ୍କାର
ଦେଖିଲା ଜଗତ କି ଚମତ୍କାର ।
ଚକ୍ର ପେଶି ନକ୍ର ନlଶିଲେ ହରି
ବିପଦୁ ବାରଣ ଗଲା ସେ ତରି ।
ଯା' ଉପରେ ତୁମ କୃପା ପଡଇ
ଜ୍ଞାନ ବିଦ୍ୟା ବୁଦ୍ଧି ବର୍ଦ୍ଧନ ହୋଇ ।
ପଲ୍ଲବୀତ ହୁଏ ଜ୍ଞାନ ପlଦପ
ଲାଭ ହୁଏ ବିଦ୍ୟା ଶିକ୍ଷା ଅମାପ ।
ନମୋ ନମୋ ଗଜାନନ ଗଣେଶ
ପାର୍ବତୀ ନନ୍ଦନ ବିଘ୍ନ ବିନାଶ ।
ତବ ପୂଜା ସେବା ବିଧି ବିଧାନେ
ପାଳିଲେ ବିଦ୍ୟା ରେ ପ୍ରବୀଣ ଜନେ ।
ଅଗ୍ର ପୂଜ୍ୟ ଦେବ ଆହେ ଗଣେଶ
ନମୋ ନମୋ ଦେବ ହେ ବିନାୟକ
ସିଦ୍ଧି ଓ ସାମର୍ଥ୍ୟ ର ପ୍ରଦାୟକ ।
ଜ୍ଞାନ ,ବିଦ୍ୟା, ବୁଦ୍ଧି , ମାନ ବର୍ଦ୍ଧନ
ତୁମ୍ଭରି ତୃପ୍ତି ରେ ଜନେ ଅର୍ଜନ ।
କରନ୍ତି ମହୀ ରେ ରଖନ୍ତି ଯଶ
ନମସ୍ତେ ହେ ବକ୍ର ତୁଣ୍ଡ ଗଣେଷ ।

