Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Romance

3  

Panchanan Jena

Romance

ବିଳାସୀ କୁମ୍ଭ

ବିଳାସୀ କୁମ୍ଭ

1 min
107



ଭାବି ବି ଭାବି ହୁଏନା

ଭାବନାରେ ପୂର୍ଣ୍ଣଛେଦ କାହିଁ ?

ମନେ ମନେ ଭାବି ରାବି ଶୋଇ ହୁଏନା

ଅନେଶତ ଚିନ୍ତାରେ ପୂର୍ଣ୍ଣତା ଚାହିଁ ?


ତୁମକୁ କେଉଁ ନାମରେ ଡାକିବି

ମରୀଚିକାର ଛାଇ ନା

ବେଳାଭୂମୀର ରାଇ ।


ତୁମକୁ କେଉଁ ଭାବରେ ଭାବିବି

ଅନାମିକା ଅଭିସାରିକା ନା

ସ୍ଵପ୍ନବନରେ ମିଶୁଥିବା କଳ୍ପିତ ପ୍ରେମିକା ।


ତୁମକୁ କେଉଁ ସ୍ଥାନରେ ଭେଟିବି

ତୁମେ ସତ୍ୟ ନା ସ୍ଵପ୍ନ

 ପ୍ରଶ୍ନବାଚୀର କୁହୁତାନ ନା

କଳ୍ପନା ପ୍ରସୂତ ଲେଲିହାନ ।


ତୁମେ ବାସ୍ତବ ନା ଭ୍ରମ

ଚେତନା ସର୍ବସ୍ବ ଧୂମ

ମୋ କକ୍ଷ ପଥରେ ଘୁରୁଥାଅ

ସ୍ଵପ୍ନ ବିଭୋର ବିଳାସୀ କୁମ୍ଭ ।


Rate this content
Log in

Similar oriya poem from Romance