Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Abstract Romance Inspirational

4  

LALIT MOHAN DASH

Abstract Romance Inspirational

ବସନ୍ତ ଯାଆନି ଫେରି

ବସନ୍ତ ଯାଆନି ଫେରି

1 min
229



ବସନ୍ତ ଯାଆନି ଫେରି,

ମାଡ଼ି ଆସିଲାଣି ମୁଣ୍ଡଫଟା ଖରା,

ଡର ଲାଗୁଛିରେ ଭାରି ।୧।

ଖରାରେ ଭିଜିବା ସାର,

ଶୀତ ନ ସରୁଣୁ ଗ୍ରୀଷ୍ମ ପ୍ରବାହ

ଏବେଠୁ ହେଲାଣି ସ୍ଥିର ।୨।

ମଣିଷ ଯାଉଛି ହାରି,

ସବୁତ ନିଜର କୃତକର୍ମ ଫଳ,

କା' ଆଗେ ହେବ ଗୁହାରି ? ।୩।

ବସନ୍ତ ଯାଆନି ଫେରି,

ଫୁଲର ସମ୍ଭାର ଫଗୁଣ ଆଣିଛି,

ଡାକୁଛିରେ ହାତଠାରି ।୪।

ଅନନ୍ୟ ତୋହରି ଦାନ,

ଏ ଜୀବନ ଖାଲି ମରୁଭୂମି ବାଲି,

ଵସନ୍ତ ! ତୁ ମରୁଦ୍ୟାନ ।୫।

କରନାହିଁ ଆଉ ମନା,

ତୋ ଲାଗି ବୃକ୍ଷରେ ନବ-ପଲ୍ଲବ,

ଫୁଲ, ଫଳ ଭରା ସିନା ।୬।

ଭାବୁକ ରହିଛି ଚାହିଁ,

ଅବିର ରଙ୍ଗରେ ଭିଜିବ ଟିକିଏ,

ନିରାଶ କରିବୁ ନାହିଁ ।୭।

ବସନ୍ତ ଯାଆନି ଫେରି,

ହସ ଟିକେ ଦେ' ମଣିଷ ମନରେ,

କରୁଛି ତତେ ଗୁହାରି ।୮।

ଅପେକ୍ଷା କରିଛି ତତେ,

ବିଭୂ-ଚେତନାର ଅଂଶ ତୁ' ପରା,

ଠକିବୁ ନାହିଁରେ ମତେ ।୯।

ବସନ୍ତ ଯାଆନି ଫେରି,

ଶୀତଳ କରିଦେ ମଣିଷ ଜୀବନ,

ଦେଇଯା'ରେ ଆଶା-ବାରି ।୧୦।


Rate this content
Log in

Similar oriya poem from Abstract