STORYMIRROR

Jyotsna Acharya

Abstract Inspirational Others

3  

Jyotsna Acharya

Abstract Inspirational Others

ଜୀବନ ପ୍ରକୃତି

ଜୀବନ ପ୍ରକୃତି

1 min
168

କଅଁଳ କଁଅଳ ସୂରୁଜ କିରଣ

ଧରାରେ ପଡିଛି ଛୁଇଁ,

କଅଁଳ ବାଛୁରୀ ରଡି଼ ଛାଡୁଅଛି

ଦୂବ ଘାସ ଛୁଇଁ ଭୂଇଁ।

କଅଁଳ କଢିଟି ଧୀରେ ଫୁଟୁଅଛି

କଅଁଳିଆ ଡାଳେ ଥାଇ,

କଅଁଳ ମନରେ ସ୍ନେହ ପୃଥିବୀଟି

ଛିଞ୍ଚଇ ମମତା ପରାଣ ଭରି।

କଅଁଳିଆ ଶିଶୁ କଅଁଳ ହସରେ

ଜଗତ କୁ ନିଏ ମୋହି-

କଅଁଳ ତା ମନ ଧରା କି ଶ୍ରୀଧାମ

ସେନେହ, ଭକତି ହୁଅଇ ଝୁରି।

ଆଶ୍ବସ୍ଥ ପୃଥିବୀ ହୃଦେ ଆଶ୍ବସନା

ସତ ଦିଏ ସିଏ ଭରି!

ସ୍ବଭାବ ଧରିତ୍ରୀ କଅଁଳ ଚକ୍ଷୁରେ 

ଦେଖାଏ କେତେ ଯେ ପର୍ବତ ଗିରୀ।

ଧବଳ ଝରଣା ବହିଯାଉ ଥାଏ

ଗାଇ ଗାଇ କେତେ ଗୀତି,

ସ୍ବଛ୍ଛ ମନରେ ଖୁସି ବର୍ଷିଥାଏ

ସତେ କି ମିତ ଟି ରାଣୀ ପ୍ରକୃତ୍ତୀ।

କଅଁଳ ସେ ପକ୍ଷୀ କଅଁଳ ସେ ଡେଣା

ଉଡି ବୁଲୁଥାଏ ଗଗନ ମାଖି,

ସବୁଜ ଚକ୍ଷୁରେ ଦେଖୁଥାଏ ଭରି

ଶାନ୍ତି - ମୈତ୍ରୀ ପଙ୍ଖଟି ମେଲି।

ଧର୍ଯ୍ୟ ପୃଥିବୀ ସହି ଥାଏ କେତେ 

ବଜ୍ରଘାତର ସହସା ବିଜୁଳୀ,

ଫୁଟିଥାଏ ହସ କଅଁଳ ପତ୍ରରେ

ପେନ୍ଥୀ ସେବତୀରେ କଢିଟି ମଲ୍ଲୀ।

ତା ପିଠିରେ ଜାତି ଚାଲିଥାନ୍ତି ନିତି 

ନଥାଏ ପର କି ଆପଣା ଭିତି,

କୁଶଳତା ମନେ ଋତୁ ଆଗମନେ 

ପରଷୁ ଥାଏ ସେ ଋତୁ ପରଷି।

ଜଗତକୁ ବାଣ୍ଟି ସ୍ନେହର ପରଷ

ଦେଖାଇ ଥାନ୍ତି ସେ ରଥରେ ବସି,

ଜୀବନ ପ୍ରକୃତି ସଂଗେ ଭେଟା ଭେଟି

ତନ୍ମୟ ଚିତରେ କରି ପରଖି।

ପ୍ରକୃତ୍ତି ମଣିଷ ବୁଲୁଥାଏ କକ୍ଷେ 

ବର୍ଷ ମାସ ଦିନ ଘଢି ଚକ୍ରଟି,

ଦୟା କ୍ଷମା ଗୁଣ ସୁଖ ଶାନ୍ତି ପୂର୍ଣ୍ଣ

ଏତିକିଟି ସାର ମାଟି ଦେହଟି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract