STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ମୃତ୍ୟୁ ଚିନ୍ତା

ମୃତ୍ୟୁ ଚିନ୍ତା

1 min
127

ରେ ଆତ୍ମନ୍,

କେତେ ଆଉ ଅଚେତନ ହେବୁ ତୁ ନିଦ୍ରାରେ

ବାସନାର ଶଯ୍ୟା ତେଜି ଏବେ ଉଠ ନ ମଜ୍ଜି ସ୍ୱପ୍ନରେ,

ଜୀବନ ନଦୀ ତୋ ବହେ ମୃତ୍ୟୁର ସେ ବତୀଘର ଦିଗେ

ପାର ଯଦି ସଚେତନ ହୋଇଉଠ ଏବେଠୁ ସତ୍ତ୍ୱରେ। 


ଚାଲିଛି ତୋ ନୌକାଟି ଢଳ ଢଳ ହୋଇ ସିନ୍ଧୁ ଗର୍ଭେ

କେଜାଣି କେଉଁ ମୁହୂର୍ତ୍ତେ ପାଲଟିବୁ ତୁ ଅତୀତ ଚାହିଁଥିବେ ସର୍ବେ,

ଭାବିଛୁ କି ଘେନିଯିବୁ ସେ ପୁରେ ସର୍ବସ୍ୱ ଯାହା ସାଇତିଛୁ

କାଲି ହୋଇ ହଜିଯିବୁ ମାତନାହିଁ ଆଉ ଏତେ ତୁଚ୍ଛା ଦମ୍ଭ ଗର୍ବେ।


ମୃତ୍ୟୁ ଚିନ୍ତା କର ଏବେ ଦେଖିବୁ ତୁ ହେବୁନି ବିଚ୍ୟୁତ

ଚଞ୍ଚଳ ଚିତ୍ତ ତୋ ଆଉ ଧାଇଁବନି ଅନୁସରି ଅଧର୍ମର ପଥ,

ଉଠ ଦେଖ ଅନିତ୍ୟ ଏ ସଂସାରରେ ସବୁ କେତେ ପ୍ରହେଳିକାମୟ

ବେଳ ଥାଉଁ ଥାଉଁ ବାବୁ କରିନିଅ ନିଜକୁ ସଂଯତ। 


ସୁଖ ଦୁଃଖ ସବୁ ଏଠି ମାୟାଘେରା ଇନ୍ଦ୍ରଜାଲଟିଏ

ଜୀବନଟା ଲୋଭ ମୋହ କାମନାରେ ପ୍ରଲୋଭିତ ରଙ୍ଗମଞ୍ଚଟିଏ,

ଅଭିନୟ ସରିଯିବ ଚାହୁଁ ଚାହୁଁ ଆସିଲେ ନିର୍ଦ୍ଦେଶ

ମୃତ୍ୟୁ ଏକ ମହାସତ୍ୟ ଜୀବନଟା ଝଲମଲ ପ୍ରତିବିମ୍ବଟିଏ। 



Rate this content
Log in

Similar oriya poem from Abstract