STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଆତ୍ମହନ୍ତା

ଆତ୍ମହନ୍ତା

1 min
200

ସମୟ ତ ବଦଳେ ନିଶ୍ଚୟ ଦିନ ମାସ ବର୍ଷ ସୋପାନରେ

କିନ୍ତୁ ମଣିଷ ବଦଳିଯାଏ ତା ଠାରୁ ଅନେକ ତ୍ୱରିତେ,

ଯେ ନିଜ ପ୍ରକୃତିର ଦାସଟିଏ ହୋଇ କରିଛି ବିନଷ୍ଟ ଆଜି

ନିଜ ଚାରିପାଖର ପ୍ରକୃତିର ଅବୟବମାନ ବୁଡ଼ି ଆତ୍ମ ସ୍ୱାର୍ଥେ। 


ବିଧି ନିର୍ଦ୍ଦିଷ୍ଟ ଏ ନିର୍ଭରଶୀଳତା ମଣିଷ ଓ ପ୍ରକୃତି ମଧ୍ୟରେ

ବିଭୁଦ୍ରୋହୀ ହୁଏ ଆଜି ବିଖଣ୍ଡିତ କରି ଏ ସୃଷ୍ଟିକୁ,

ଦାଉ ସାଧେ ସେ ପାଇଁ ପ୍ରକୃତି ଆଜି କ୍ଷତାକ୍ତ ହୃଦୟେ

ମାଡ଼ି ଆସେ ବିପଦର କେତେ ଘୁର୍ଣ୍ଣିବାତ୍ୟା ମଣିଷକୁ ଚେତାଇ ଦେବାକୁ।


ଏଇ ଦେଖ ଏବେ ଏବେ ମହାମାରୀଟିର କି ଥିଲା ଆତଙ୍କ

ମଥାନତ କରିବାକୁ ପଡିଥିଲା ମାନବକୁ ନିରୁପାୟ ହୋଇ,

ନିଜ ହାତେ ହତ କରି ନିଜ ସ୍ୱାସ୍ଥ୍ୟ ନିଜ ପରିବେଶ

ଧ୍ୱଂସ ମୁଖୀ କରି ବସେ ଧରଣୀ ବକ୍ଷକୁ ଆତ୍ମହନ୍ତା ହୋଇ। 

ତଥାପି ସେ ଚେତିନାହିଁ ଆତ୍ମଗର୍ବ ଦେଖ ତାର ଆଜି

ନିଜେ ସାଜେ ନରହନ୍ତା ଶାସକର ସିଂହାସନେ ବସି,

ପାଶୋରି ଯାଇ ବିଗତ ଦିନର ନିଜ ଅଶକ୍ତ ଅବସ୍ଥା

ଯୁଦ୍ଧ ପାଇଁ ଅଡ଼ିବସେ ବିପଦରୁ ମୁହଁ ମୋଡ଼ି ଆସି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract