ବହିର ଦୁନିଆ
ବହିର ଦୁନିଆ
ବହିର ଦୁନିଆରେ
ସମସ୍ତ ଅନୁଭବ ର ସମିଶ୍ରଣ
ଅତିବ ସୁନ୍ଦର ।
ଯେତେବେଳେ ବି
ସେ ଦୁନିଆରେ ମୁଁ ବୁଲେ
ମୋ ମନ ଜାଣି ଗଳ୍ପ
ମୋ ସମ୍ମୁଖରେ ସ୍ଥଗିତ ଥାଏ ।
କିଛି ହସ ତ କିଛି କାନ୍ଦ
କିଛି ପୁଣି ଅଟ୍ଟହାସ୍ୟ
ଆଉ ପୁଣି ରୋମାଞ୍ଚକ ଭରା ।
ସମସ୍ତ ପ୍ରକାର ଅନୁଭବ କଣ
ଆଉ କେଉଁଠୁ ପାଇବ
ଯାହା ସେହି ତୁମ କୁ
ବହିର ଦୁନିଆରୁ ମିଳେ ।
ନାହିଁ ତ ଅପୂର୍ବ ଭାବାତ୍ମକ
ବାସ୍ତବ ତା ର ଛିଟା
ଆଉ କେଉଁ ଠୁଁ ଭି
ପ୍ରାପ୍ତ ହେବ ।
ଯାହା ସେହି କିଛି ଅପୂର୍ବ
ଭାବ ଅନୁଭବ
ଏଇ କିଛି ବହି ରୁ
ପ୍ରାପ୍ତ ହୋଇ ଯାଏ ।
ମିଥ୍ୟା ହେବ ନାହିଁ ଏହା କହିବା
ବହି ମୋର ପରମ ମିତ୍ର
ନିର୍ଯ୍ୟାତନା ର ଅନ୍ତରଙ୍ଗ ବନ୍ଧୁ
ଦୁଃଖ ସମୟରେ ଭାବର ବିଳାପ ।