STORYMIRROR

Geetanjali Prusty

Abstract

3  

Geetanjali Prusty

Abstract

ମର୍ତ୍ତ୍ୟପୁରେ ଆସ କୌଶଲ୍ୟା ନନ୍ଦନ

ମର୍ତ୍ତ୍ୟପୁରେ ଆସ କୌଶଲ୍ୟା ନନ୍ଦନ

1 min
223


      

ଚୈତ୍ର ମାସର ଶୁକ୍ଳ ନବମୀରେ

ପ୍ରଭୁ ତୁମେ ଜନମିଲ

ତ୍ରେତୟା ଯୁଗରେ ଅଯୋଧ୍ୟା ନଗ୍ରରେ

କେତେ ଲୀଳା ଖେଳା କଲ

ଧରି ରାମ ଅବତାର

ଦଶରଥ ସୁତ କୌଶଲ୍ୟା ନନ୍ଦନ

ଆସ ବାରେ ମର୍ତ୍ତ୍ୟପୁର l


ପିତୃ ସତ୍ୟ ପାଳି ଚଉଦ ବରଷ

ବନବାସ ତୁମେ କଲ

ଜାନକୀ ମାତା ଓ ଅନୁଜ ଲକ୍ଷ୍ମଣ

ସଙ୍ଗେ ଧରି ବୁଲି ଥିଲ

ସ୍କନ୍ଧେ ଧରି ଧନୁଶର

ଦଶରଥ ସୁତ କୌଶଲ୍ୟା ନନ୍ଦନ

ଆସ ବାରେ ମର୍ତ୍ତ୍ୟପୁର l


ଲଙ୍କାର ରାଜନ ସେ ଯେ ଦଶାନନ

ପୁଷ୍ପକ ବିମାନ ଧରି

ଜାନକୀ ମାତାଙ୍କୁ ଅପହରି ନେଲା

ଜାଟାୟୁ କୁ ସାକ୍ଷୀ କରି

ନାଟ ମାୟା ମିରିଗର

ଦଶରଥ ସୁତ କୌଶଲ୍ୟା ନନ୍ଦନ

ଆସ ବାରେ ମର୍ତ୍ତ୍ୟ ପୁର l


ପବନ କୁମାର ଭକ୍ତ ହନୁମାନ

ତୁମ ପଦ ସେଵା ପାଇଁ

ଅଶୋକ ବନରେ ସୀତା ଠାବ କଲା

ସାତ ସମୁଦ୍ର କୁ ଡେଇଁ

ନଥିଲା ତା' ମନେ ଡର

ଦଶରଥ ସୁତ କୌଶଲ୍ୟା ନନ୍ଦନ

ଆସ ବାରେ ମର୍ତ୍ତ୍ୟ ପୁର ll


ସତ୍ୟରେ ବିଷ୍ଣୁ ତ୍ରେତୟାରେ ରାମ

ଦ୍ୱାପର ରେ ନନ୍ଦ ବାଳା

କଳିଯୁଗେ ପ୍ରଭୁ ଜଗତର ନାଥ

କରୁଅଛ ଲୀଳା ଖେଳା

ସବୁ ତୁମ ଅବତାର

ଦଶରଥ ସୁତ କୌଶଲ୍ୟା ନନ୍ଦନ

ଆସ ବାରେ ମର୍ତ୍ତ୍ୟ ପୁର l


ଭକତର ମାନ ରଖିଅଛ ସଦା

କରୁଣାର ବାରି ଢାଳି

ବିପଦେ ଆପଦେ ସାହା ହେଇଥାଅ

ଏତିକି ମୋହର ଅଳି

ଘେନ ପ୍ରଭୁ ନମସ୍କାର

ଦଶରଥ ସୁତ କୌଶଲ୍ୟା ନନ୍ଦନ

ଆସ ବାରେ ମର୍ତ୍ତ୍ୟପୁର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract