STORYMIRROR

Manaswinee Dash

Abstract

3  

Manaswinee Dash

Abstract

କବିତା ଓ କଙ୍କାଳ

କବିତା ଓ କଙ୍କାଳ

1 min
228


କବିତା ଅନର୍ଗଳ ବହିଯାଏ

ନେଇ ଜୀବନର ଗାଥା, 

ଯେମିତି ବହିଯାଏ ନଇ ଚିରସ୍ରୋତା, 

ଯେମିତି ନଇର ନଥାଏ ଆକାର ବା ସୀମା, 

ପାଣି ନିୟନ୍ତ୍ରଣ କରେ ତା ପରିସୀମା। 


କବିତା ର ନାହିଁ ନିର୍ଦିଷ୍ଟ କଙ୍କାଳ ସଖୀ, 

ଯଊ ଭାବନା ହୁଏ କବି ମୁଣ୍ଡରେ ଉଙ୍କି, 

ସେହି ରୂପରେ ସୋ କବିତାକୁ ବାଡି ରଖି, 

ପାଠକର ମନକୁ ଛୁଇଁଲେ ସବୁ ଟିକି। 



କଙ୍କାଳ ଉପରେ ହାଡ ମାଂସ ରକ୍ତର ଛାଉଣୀ, 

ଶରୀର ରୂପରେ ହୁଅଇ ଗଣି, 

ରହିଛି ତ ଗୋଟେ ହ୍ରୁଦୟ, 

ଲଗାଇ ଚାଲେ ସବୁଠି ଲୟ। 


କବିର ଭାବନା ହଉ ହର୍ଷ, ବିଷାଦ ଅବା ବିସ୍ମୟ, 

କବିତା ର କଂକାଳ ର ଏହି ପରିଚୟ, 

କବିତାର ହୃଦେ ଯିଏ ବସଇ, 

ସେ ରୂପକୁ କବିତା ବଖାଣି ଦିଅଇ। 


ହୋଇଥାଏ ଯେତେ ଶବ୍ଦ ସଂଯୋଜନା, 

କବିତା ହୁଏ ମନଲୋଭା ସିନା, 

କବିତା ଓ କଂକାଳ ପରିପୂରକ, 

କବି ଦୁହିଁକୁ ଦିଏ ରୂପରେଖ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract