STORYMIRROR

sulochana Bisoyi

Abstract Inspirational

4  

sulochana Bisoyi

Abstract Inspirational

ଧନେ ପିପାସା

ଧନେ ପିପାସା

1 min
385

ମର୍ତ୍ତ୍ୟେ ଶୁଭେ କୋଳାହଳ ଲାଗିଛି କଳହ

     ବିତ୍ତ ପାଇଁ ଏଠି ସଂଗ୍ରାମେ ଆଗ୍ରହ ।।

ଧନ ଅର୍ଜେ କେହି ପେଟ ପୁରାଇବାଆଶେ

     କେ ଭାବେ ଧନ ସଞ୍ଚି ଉଠିବି ଆକାଶେ ।।

କେ ଧନ ସଞ୍ଚୟୀ ପ୍ରତିପତ୍ତି ଆଶେ

     କେ ଅବା ଅର୍ଜଇ ଧନ ଭୋଗ ଲାଳସେ ।।

ଧନ ପଛେ ଧାଇଁ ଉର୍ଦ୍ଧ ମୂଖୀ ହୋଇ

     ତଳକୁ ନ ଚାହିଁ ଘୋଷରି ପଡଇ ।।

ଧନ ବିନୁ ଯିଏ ନ ଚିନ୍ତଇ ଆନ

     ସଖା ସହୋଦର ଅବା ବନ୍ଧୁ ପରିଜନ।।

କୃପଣତା ପଣେ ନ ଦିଅଇ ଦାନ 

     ଅକ୍ଷତେ ସଞ୍ଚିତ କରୁଥାଏ ଧନ।।

ସେ ଧନ ତାରେ ନୋହେ ପ୍ରୟୋଜନ

     ଅନ୍ତେ ସେ ଗମଇ ସବୁ ଦେଇ ଦାନ।।

ମଧୁପ ଯେହ୍ନେ କରେ ମଧୁ‌ ସଞ୍ଚୟନ

     ତା ମୁଖେ ଦେଇ ନିଆଁ ନେଇଯାଏ ଆନ।।

ନଈ ବାଲି ସମ ଧନ ଅରଜିଲେ 

     ସେ ଧନ କି କାର୍ଯ୍ୟ କ୍ଷୁଧାର୍ତ୍ତ ମରିଲେ ।।

ସତ୍ କର୍ମ ଆଚରି ଧନ ଅରଜିଲେ 

     ଧନ ବିନିମୟେ ଧର୍ମ ଆଚରିଲେ।।

ସବୁରି ହୃଦୟେ ଅମର ହୋଇ ରହିଥାଏ 

   ଇତିହାସେ ତା‌ ନାଁ ସ୍ବର୍ଣ୍ଣାକ୍ଷରେ ଲେଖାଯାଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract