ଏବର ଧର୍ମ
ଏବର ଧର୍ମ
ଦୁନିଆଁ ତୁମକୁ
ଦେଖାଇଛି ନାଲି ଆଖି
କାହିଁ ? କେବେ ତ ନେଇନି କୋଳେଇ
ଦୁଃଖରେ ଦେଇଛି
ଦୁଃଖ ଖାଲି ଦୁଃଖ
ଶାନ୍ତି ଖୋଜି ଖୋଜି ପାଇନି
ପେଟ ପୋଡ଼ିଗଲେ
ପଣତେ ପୂରାଇ
ଯଦି କିଏ ,ଦେଇଥାନ୍ତା ମନ ବୁଝି
ଜାଣିଥାନ୍ତି ତେବେ
ସଂସାରଟା ଭଲ
ଖରାପରୁ ଭଲ
ସୁଧୁରି ଯାଆନ୍ତି ଆଜି
ଭଲ ପାଇବାର
ଛଳନାର ଖୋଳେ
ମନ ମୋହିବାର ଢଙ୍ଗେ
ଦେଖ ଏ ଜଗତେ
ଏକକୁ ଆରକେ
ଠକୁଥାନ୍ତି ନା ନା ରଙ୍ଗେ
ମୋହ ମାୟାର
ମମତାରେ ବାନ୍ଧି
ଦିଅନ୍ତି ଯାତନା କେତେ
ଟିକେ ଆଡ ବାଙ୍କ
ହୋଇଗଲେ ଅବା
ଖସିଯାନ୍ତି ନିଜ ପଥେ
ସହ୍ୟ କରିବାର
ଶକତି କାହାର
ଖୋଜିଲେ ମିଳିବା କଷ୍ଟ
କାହାର କେଉଁଠି
କମ୍ ହୋଇଗଲେ
ହୋଇଥାନ୍ତି ସେତ ରୃଷ୍ଟ
କୁହ ତେବେ ଏହି
ସୁନ୍ଦର ସଂସାରେ
(ତୁମେ)ଦେଇ ଅଛ କିବା କିସ
ସଂସାର ଦେଇଛି
ମନ ଭରି ତୋର
ତୁ କାହିଁ କରୁଛୁ ନାଶ
ଆଜି ତୋର ଲାଗି
ଜଳୁଛି ଏ ଧରା
ଦିନୁ ଦିନ ଅବକ୍ଷୟ
ରଖିଯିବୁ କିସ
ବଂଶଧର ଲାଗି
ଭାବିଲେ ଲାଗୁଛି ଭୟ
ସ୍ୱାର୍ଥପର ହୋଇ
କଲୁ ନିଜ ଚିନ୍ତା
ଭଲରେ ରହିବା ପାଇଁ
ତୋ ବଣ ପାହାଡ
ଅଛି କିରେ ଭଲ
ଦୁଃଖରେ ଯାଇଛି ଛାଇ
ମନୁ ତେଜ ଥରେ
ଅପକର୍ମ ଚିନ୍ତା
ସଂସାରଟା ସୁଖେ ଥାଉ
ସେହି ସଂସାରରେ
କରିଛୁ ତୁ ଘର
ସୁଖେ ଦିନ ତୋର ଯାଉ।