STORYMIRROR

Anupama Sahu

Abstract

4  

Anupama Sahu

Abstract

ଶ୍ରୀ ଗଣେଶ

ଶ୍ରୀ ଗଣେଶ

1 min
420

ଜୟ ହେ ଗଣେଶ ଗଣଙ୍କର ଇଶ

ବିଦ୍ୟାଦାତା ଗଜାନନ ,

ପାଦତଳେ ତୁମ କରୁଛି ପ୍ରଣାମ

ଦିଅ ବାରେ ଦିବ୍ୟଜ୍ଞାନ

ଜୟହେ ବିଘ୍ନେଶ ହସ୍ତେପାଶାଙ୍କୁଶ

ପାର୍ବତୀ ପ୍ରିୟ ନନ୍ଦନ,

ସର୍ବଦେବଙ୍କର ତୁମେ ପ୍ରିୟବର

କପାଳେ ରକ୍ତ ଚ଼ନ୍ଦନ

ଜୟଏକଦନ୍ତ ପ୍ରଭୁଦୟାବନ୍ତ

ଧୂମ୍ରାକେତୁ ଲମ୍ବୋଦର,

ଗଜେନ୍ଦ୍ରବଦନ ମୂଷିକ ବାହନ

ହେ ହେରମ୍ବ ଦ୍ୱେମାତୁର

ହେ ଗଜକର୍ଣ୍ଣକ ପ୍ରଭୁ ବିନାୟକ

ଗଣାଧ୍ଯକ୍ଷ ବାଳଶ୍ଚନ୍ଦ୍ର,

ବୃହତ ଉଦର ବିଶ୍ଵ ବିଘ୍ନହର

ଭୂତରାଜ ସିଦ୍ଧିପ୍ରଦ

ଜବା ପୁଷ୍ପ ସମ ରୂପ ଅନୁପମ

ବଚନ ବୀଣାର ଧ୍ଵନି ,

ହେମଙ୍ଗଳମୂର୍ତ୍ତି ତବଦିବ୍ୟ କାନ୍ତି

ସର୍ପମାଳା ଅଛ ଘେନି

ଶିବଙ୍କ ତନୟ ପ୍ରଭୁମହାକାୟ

ବାଳାରୁଣ ସମଜ୍ୟୋତି,

ଗଣ୍ଡ ଦେଶୁ ଝରି ମଦଗନ୍ଧବାରି

ମଧୁପ ଚ଼ଞ୍ଚଳ ମତି

ସଂସାର ବନ୍ଧନ ମୁକତି ନିଧାନ

ମଣିମୟ ଶିରୋଭୂଷା, 

ପିଙ୍ଗଳ ନୟନ ଈଶ୍ଵର ନନ୍ଦନ

ନାଶକର ମମ ଦଶା

ହୁଅ ହେ ପ୍ରସନ୍ନ ମୋ ଭକତି ଘେନ

ତୁମେ କୈବଲ୍ୟ ସ୍ୱରୂପ,

ତୁମେ ଏକାକ୍ଷର କାରଣ ବିଶ୍ଵର

ଗୁଣାତୀତ ନିର୍ବିକଳ୍ପ

ହେ ଆନନ୍ଦମୟ ଦିଅ ହେ ଅଭୟ

ଗୁଣାତୀତ ନିର୍ବିକାର,

କର ପରିତ୍ରାଣ ଫେଡ ମୋ କଷଣ

ପଦେ କୋଟି ନମସ୍କାର

ହେ ଲଡୁକପ୍ରିୟ ତୁମପାଦେଲୟ

ଅଷ୍ଟ ଐଶ୍ଵର୍ଯ୍ୟ ମଣ୍ଡିତ,

ଚିଦାନନ୍ଦ ମୟ ମଙ୍ଗଳଆଳୟ

ପଦେ କରେ ପ୍ରଣିପାତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract