STORYMIRROR

Trushna Das

Abstract Inspirational Others

4  

Trushna Das

Abstract Inspirational Others

ନିଜର କିଏ

ନିଜର କିଏ

1 min
622

ନିଜର କିଏ

ଏକୁଟିଆ ଏ ଦୁନିଆକୁ ଆସିଛୁ ଆମେ

ପୁଣି ଏକୁଟିଆ ଏ ଦୁନିଆରୁ ଯିବୁ ଦିନେ 

ତ ନିଜର ପର ବାଛ ବିଚାର କାହିଁକି ଯେ ।


ନିଜର କିଏ

ଦଶ ମାସ ଯେଉଁ ମାଆ ଗର୍ଭେ

ରହିଥିଲୁ ତୁ ଦିନେ 

କୌଣସି ନା କାରଣରୁ ତା ପାଖେ ତୁ ରହି ପାରୁନା ସଦାବେଳ।


ନିଜର କିଏ

ଯେଉଁ ବାପାଙ୍କ ହାତ ଧରି ତୁ ଚାଲୁ ଥିଲୁ ଛୋଟ ବେଳେ

ବଡ ହେଲା ପରେ କଥା ହେବା ପାଇଁ ସମୟ ନାହିଁ ତୋ ପାଖେ

ବ୍ୟସ୍ତତା ଦେଖାଉଛୁ ବାପା ମାଆ ପାଖେ ।


ନିଜର କିଏ

ଯେଉଁ ସ୍ତ୍ରୀ ସ୍ୱାମୀ ହୋଇଛି ତୋ ସାଥୀ ରହିବା ପାଇଁ ସଦା ତୋ ପାଖେ

ନିଜର ସ୍ୱାର୍ଥ ହେଉ ବା ସମୟର ଖେଳ ପାଖେ

ସେ ବି ତ ଯାଏ ଦୂରେଇ ଏତେ।


ନିଜର କିଏ

ଯେଉଁ ସନ୍ତାନ ପାଇଁ ତୁ ବ୍ୟସ୍ତ ଥାଉ ଏତେ

ହେଲେ ସେମାନଙ୍କ ପାଖେ ସମୟ ନ ଥାଏ ଟିକେ 

ଟିକିଏ ବସି ତୋ ସହ ହସଖୁସି ହେବା ପାଇଁ ସତେ ।


ନିଜର କିଏ

ଯେଉଁ ସମାଜର ଡରରେ

ଜଗି ରଖି ବଞ୍ଚି ଥାଉ ତୁ ଯେ

ସେଇ ସମାଜ କଣ ତୋ ସୁଖ ଦୁଃଖରେ ସାଙ୍ଗ ଦିଏ ।


ନିଜର କିଏ

ଯେଉଁ ଧନ ପାଇଁ ତୁ ଦିନ ରାତି ଦୌଡି ଥାଉ ଏତେ

ସମସ୍ତଙ୍କୁ କରି ଦେଉ ପର ପଛେ

କଣ ଏ ଦୁନିଆରୁ ତୁ ଗଲା ବେଳେ ନେଇ ପାରିବୁ ତୋ ସାଥେ।


ନିଜର କିଏ

ଯେଉଁ ଶରୀରକୁ ତୁ କରି ଥାଉ ଯତନ ଏତେ

ସେ ତ ମାଟି ପିତୁଳାଟିଏ

ଆଜି ଅଛି କାଲି ଯିବ ମିଶି ମାଟିରେ ।


ନିଜର କିଏ

ଯେଉଁ ଛାଇ ସବୁବେଳେ ଥାଏ ତୋ ପାଖେ

ଅନ୍ଧାର ପାଖେ ହାର ସେ ମାନେ

ଲୁଚି ଯାଏ ସେ କୁଆଡେ ।


ନିଜର କିଏ

ଯେଉଁ ଆତ୍ମାକୁ ତୋର ଭାବୁଛୁ ନିଜର ସତେ

ସେ ଯେ ପବନ ଚଢେଇଟିଏ

କେତେବେଳେ ତୋ ଶରୀର ପଞ୍ଜୁରୀରୁ ବାହାରି ଉଡିଯିବ ସିଏ।


ମନରେ ଆଜି ଉଠୁଛି ମୋର ପ୍ରଶ୍ନ ଏତେ

ଯେ ଏ ଦୁନିଆରେ ନିଜର କିଏ

ଉତ୍ତର ଦେଉଛି ମୋର ହୃଦୟ ମୋତେ

କର୍ମ ହିଁ ତୋର ଏକା ନିଜର ଯିଏ ରୁହେ ଜନ୍ମ ଜନ୍ମ ତୋ ସାଥେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract