Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manisha Pattnayak

Abstract

4  

Manisha Pattnayak

Abstract

ହିସାବ

ହିସାବ

1 min
567



ଦିନକୁ ଦିନ ଯେ ବଦଳି ଗଲାଣି 

ମନୁଷ୍ୟର ମାନବିକତା

ପଶୁ ଠାରୁ ହୀନ ବୁଦ୍ଧି ହୁଏ ତାର

କାର୍ଯ୍ୟ ତାର ଅସୁରତା ।


ଚାରି ଆଡ଼େ ଖାଲି ନାରୀ ନିର୍ଯ୍ୟାତନା

ନିଆଁରେ ଯାଉଛି ଜଳି

କାମନା ବାସନାରେ ଯାଇଛି ଆଜି

ମାନବିକତାକୁ ଭୁଲି ।


ମଣିଷ ଧର୍ମର ପଥ ଭୁଲି ଯାଇ

ଅନ୍ୟାୟ ଅନୀତି କରେ

ମିଥ୍ୟା ବଚନ ଦେଇ ସମାଜେ ରହି

ସମାଜେ କଳଙ୍କ ଭରେ ।


ଦିନେ ଥିଲା ଭାରତର ପରମ୍ପରା

ଦୟା କ୍ଷମା ନ୍ୟାୟ ଧର୍ମ 

ହେଲେ ଆଜିକାଲି ତାହା ଦିଶେନାହିଁ 

ଦିଶେ ପଶୁ ତୁଲ୍ୟ କର୍ମ ।


ସାହାଯ୍ୟ ସହଯୋଗ ଯାଇଛି ଭୁଲି

ମଣିଷ ପଣିଆ ଭୁଲି

ମାନବିକତା ବୋଲି ଧର୍ମ ଟି ଆଜି 

ମିଥ୍ୟାରେ ଖେଳୁଛି ହୋଲି।



Rate this content
Log in