STORYMIRROR

Manisha Pattnayak

Others

3  

Manisha Pattnayak

Others

ହିସାବ

ହିସାବ

1 min
251

ତୁମରି ପ୍ରେମରେ ପଡ଼ିଲି ଯେଉଁ ଦିନ

ମୋ ନିଜକୁ ନିଜେ ଯାଇଛି ଭୁଲି

କହିବାର ଥିଲା ଅନେକ ମନର ଭାଷା

ମନକଥା ସବୁ ମନରେ ରଖି

ଅବ୍ୟକ୍ତ କୋହର ଯନ୍ତ୍ରଣା ପାଉଛି


କହିବାକୁ ଇଚ୍ଛା ହେଲେବି

ଖୋଲିକି କହି ପାରୁ ନାହିଁ

ଅଜଣା ପ୍ରେମିକ ଭଳି ଦୂରେଇ ରହୁଛ

ହେଲେ ମୁଁ ତୁମ ଅତି ନିକଟରେ ରହୁଛି


ତମ ସହିତ ପଦେ କଥା ହେବା ପାଇଁ 

ମନ ମୋର କେତେ ଦୂରୁ ଧାଇଁ ଆସୁଛି 

ମନ ବୁଝେନି ଦୁରେ ରହିବାକୁ 

ଅସ୍ଥିର ହୋଇ ପଡେ ମୁଁ ଆଜି

ଅବ୍ୟକ୍ତ କୋହରେ ନୀତି ମରୁଛି। 


ଅତି ନିକଟରୁ ତୁମକୁ ଦେଖଲି

ତୁମ ଭଲ ପାଇବାର ଗଭୀରତା ମାପିଲି

ଦୁଃଖ-ସୁଖ କିଛି ଗପିବାକୁ ଚାହିଁଲି

ହେଲେ ଖୋଲିକି ଗପି ପାରିଲିନି

ଅବ୍ୟକ୍ତ କୋହରେ ଲୁହ ଝରୁଛି


ଯୋଉଠି ବି ରୁହ ଭଲରେ ଥାଅ

ଦୂରେ ଥାଇ ବି ତୁମେ ମୋ ପାଖେ ଅଛ 

ଖୋଲି କି କହି ପାରୁନି ତଥାପି ଆଜି କହିଦେଉଛି

ମନେ ମନେ ମୁଁ ତୁମକୁ ଭଲ ପାଉଛି 

ଅବ୍ୟକ୍ତ କୋହ ତୁମକୁ ଖୋଜୁଛି 


ସୃତିରେ ସାଇତା ଅଲିଭା କଥା

ଫିକା ଫିକା ନ ଲାଗୁ ମନରେ ବୋଲି 

ତୁମ ପାଖରେ ପାରୁନାହିଁ କହି

ତଥାପି ତୁମକୁ ପାରୁନି ଭୁଲି

ମନରେ ଅବ୍ୟକ୍ତ କୋହ ମୋତେ ନିତି ଜାଳୁଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍