STORYMIRROR

Manisha Pattnayak

Inspirational

3  

Manisha Pattnayak

Inspirational

ହିସାବ

ହିସାବ

1 min
363

ପ୍ରଥମ ଦେଖାରେ ଭଲ ପାଇଗଲି 

କହି ପାରିଲିନି କେବେ

ମନ ହୃଦୟ ତୁମ ନାଆଁରେ ରଖିଲି

ସମର୍ପିଣ ଦେଲି ଯେବେ ।।1


ଆଖି ଆଇନାରେ ଲୁଚାଇ ରଖିଲି

ହୃଦୟେ ଆଙ୍କିଣ ଚିତ୍ର

ସାତ ଜନମର ସାଥି ଭାବି ଥିଲି

ତୁମକୁ କରି ମୋ ନେତ୍ର ।।2


ମୁକ୍ତ ଆକାଶରେ ଉଡ଼ିବୁଲୁ ଥିଲି

ତୁମକୁ ପାଇଲି ଯେବେ,

ସ୍ୱପ୍ନ ରାଇଜରେ ହଜି ଯାଇ ମୁହିଁ

ତୁମ କଥା କେତେ ଭାବେ।।3


ରାଜକୁମାର ଆସିଲ ମୋ ଜୀବନେ

ହୃଦୟେ କରିଲ ଘର

ମନ କଥା ମୋର କହିବା ଆଗରୁ 

ଚାଲିଗଲ ବହୁଦୂର।।4


ତୁମେ କୋଉଠି, ଆଜି ବି ମୁଁ ଏକାକୀ

ପାରୁନି ତୁମକୁ ଖୋଜି

ଅଧୁରା କାହାଣୀ ରହିଗଲା ବାକି

ହାରିଛି ଜୀବନ ବାଜି ।।6


ପ୍ରେମରେ କାହାର ନଜର ଲାଗିଲା

ଭାବି ଦେଲେ ଲୁହ ଝରେ

ଅଧୁରା କାହାଣୀ ପୁରଣ ପାଇଁକି

ତୁମକୁ ଆଜି ମୁଁ ଝୁରେ।।5



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational